ପ୍ରତି ସୋମବାରରେ ବନ୍ଦ ରହିବ ତାମ୍ପରା ଓ ରାମଲିଙ୍ଗେଶ୍ୱର ପାର୍କ : ଶନିବାର ଓ ରବିବାର ରେ ବନ୍ଦ ରହିବ ଗୋପାଳପୁର ଓ ସୋନାପୁର ବିଚ୍ : ସୂଚନା ଦେଲେ ଜିଲ୍ଲାପାଳ

    0
    32

    ଛତ୍ରପୁର (ଓବି ନ୍ୟୁଜ) କରୋନା ର ଦ୍ୱିତିୟ ଲହରୀକୁ ଦୃଷ୍ଟିିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ, ଗୁଜୁରାଟ, ଦିଲ୍ଲୀ ଭଳି ଓଡିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଶେଷ ସପ୍ତାହରେ ଗଞ୍ଜାମ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ଥିବା ବେଳେ ଆଜି ୩୨ ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛି । ଗଞ୍ଜାମରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି କିନ୍ତୁ ସମସ୍ତେ ସତର୍କ ରହିବା ସହ କୋଭିଡ ନିୟମକୁ କଡାକଡି ମାନିବା ଦରକାର ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଏନେଇ ସଂକ୍ରମଣ ଏବଂ ଜନଗହଳିକୁ ରୋକିବା ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ନୂଆ କଟକଣା ଲାଗୁ ହୋଇଛି । ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରୁ ଦୁଇକିଲୋମିଟର ଦୂରରେ ଥିବା ତାମ୍ପରା ହ୍ରଦ (ଲେକ ଭ୍ୟୁ ପାର୍କ) ଓ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ପ୍ରତି ସୋମବାର ଦିନ ବନ୍ଦ ରହିବ । ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା’ ତାରାତାରିଣୀ ମନ୍ଦିର ବୁଧବାର ବନ୍ଦ ରହିବ । ସେହିପରି ଗୋପାଳପୁର ଓ ସୋନାପୁର ବେଳାଭୂମି ଶନିବାର ଓ ରବିବାର ବନ୍ଦ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟ ଦିନ ମାନଙ୍କରେ ଖୋଲା ରହିବ କିନ୍ତୁ ଏହି ଦିନ ମାନଙ୍କରେ ଲୋକେ ଯାଇପାରିବେ ନାହିଁ । ଗହଳିକୁ ଦୃଷ୍ଟିିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

    LEAVE A REPLY

    Please enter your comment!
    Please enter your name here