ପୂର୍ବତନ ନଗରପାଳ ବୃନ୍ଦାବନ ପଲାଇଙ୍କ ବିୟୋଗରେ ଶୋକ

0
20

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ଼) : ଗଞ୍ଜାମ ଏନଏସି ର ପ୍ରଥମ ନିର୍ବାଚିତ ନଗରପାଳ ବୃନ୍ଦାବନ ପଲାଇ( 70)ଙ୍କ ଗୁରୁବାର ଆକସ୍ମିକ ବିୟୋଗ ଘଟିଥିଲା l ସ୍ୱର୍ଗତ ପଲାଇ ଙ୍କ ମର ଶରୀର ଭୁବନେଶ୍ୱର ରୁ ନିଜ ଜନ୍ମ ମାଟି ପୁଇଁତୋଳା ଗ୍ରାମରେ ପହଂଚିଵା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା l ତାଙ୍କ ପାର୍ଥିବ ଶରୀର କୁ ରଥରେ ବସାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା l ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ l ଏହି ଅବସରରେ ସ୍ୱର୍ଗତ ପଳାଇ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପୁଇଁତୋଳା ଠାରେ ଶୋକ ପ୍ରାଥନା କରାଯାଇଛି l ଭାଜପା ନେତା ପ୍ରଶାନ୍ତ କର, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ସୁଦାମ ଚରଣ ଜେନା,ପଦ୍ମ ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପଦ୍ମ ପରିଡା, ବିଜେଡି ନେତା ରାକେଶ ରଞ୍ଜନ ଦାସ, ଶଙ୍କର ବାରିକି, ସୁଧୀର କୁମାର ପାଢ଼ୀ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗିରଥି ରେଡି,ସରପଞ୍ଚ ସନ୍ତୋଷ ରେଡି,ନୀଳାଞ୍ଚଳ ବାରିକି, ସିପିଆଇ ନେତା ପ୍ରକାଶ ପାତ୍ର,ପୂର୍ବତନ ବିଧାୟକ ଆଦିକନ୍ଧ ସେଠୀ, ଏନ ନାରାୟଣ ରେଡି କୈଳାଶ ପଳାଇ,ହରି ବିଶ୍ୱାଳ, ବିପିନ ବାରିକି, ସିପିଏମ ନେତା ପି ହରେକୃଷ୍ଣ ରେଡି, ଦିଲ୍ଲୀପ କୁମାର ଛୋଟରାୟ, ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବେହେରା, ପଙ୍କଜ ବାରିକି, ବଂଶୀଧର ଗୌଡ଼, ଅଭିରାମ ବେହେରା, ରାମଚନ୍ଦ୍ର ନାୟକ ପ୍ରମୁଖ ଶୋକ ପାର୍ଥନା କରିଥିଲେ l
ସେହିପରି ଗଞ୍ଜାମ ଏନ ଏ ସି କର୍ମଚାରୀ ସଂଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସଂଘ ର ସମ୍ପାଦକ ତଥା ଜିଲ୍ଲା ଟ୍ରେଡ଼ ୟୁନିୟନ ନେତା ବିପିନି ବାରିକି ସଭାପତିତ୍ୱ କରିଥିଲେ। ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି,କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ପଲାଇ,ଉପଦେଷ୍ଟା ତଥା ଆଇନଜୀବୀ ପଙ୍କଜ କୁମାର ବାରିକି ପ୍ରମୁଖ ସ୍ୱର୍ଗତ ପଲାଇ ଙ୍କ ସୃତି ଚାରଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ହରିହର ବିଶ୍ୱାଳ ସଂଯୋଜନା କରିଥିଲେ।କୃଷ୍ଣ ଚନ୍ଦ୍ର ବୈଦ୍ୟ,ଲକ୍ଷ୍ମୀ ପାଢ଼ୀ, ଶଙ୍କର ରାଓ, ଆନନ୍ଦ ଚନ୍ଦ୍ର ବାରିକି,ନବ ବେହେରା,ଭାଷ୍କର ବେହେରା,ଉତ୍ତମ ବେହେରା,ଦୀପ୍ତି ରଞ୍ଜନ ପୃଷ୍ଟି,ଜ୍ୟୋତି ରଞ୍ଜନ,ଲୋକନାଥ ପାଢ଼ୀ, କାମେଶ୍ୱର ନାୟକ,ବାସୁଦେବ ସୁବୁଦ୍ଧି,ନରସିହଁ ପ୍ରଧାନ,ଅନିତା ଅଂଶୁମାଳି ସାହୁ,ପଦ୍ମ ଚରଣ ସାହୁ,ଅଜୟ ଶାସମଲ,ଭାଗୀଶ୍ରୀ ବେହେରା,ବିଷ୍ଣୁ ପ୍ରିୟ ସାବନ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here