କୋଭିଡ୍ କଟକଣା ଭିତରେ ଆରମ୍ଭ ହେଲା ମାଁଙ୍କ ଯାତ୍ରା

0
32

ବ୍ରହ୍ମପୁର (ଓବି ନ୍ୟୁଜ): କୋଭିଡ୍ କଟକଣା ଭିତରେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁରରେ ଆରମ୍ଭ ହେଲା ମାଁ ବୁଢ଼ୀ ସାଆନ୍ତାଣିଙ୍କ ଯାତ୍ରା । ଦେଶୀ ବେହେରା ଓ ତାଙ୍କ ସ୍ତ୍ରୀ ବାଜା ବାଜଣାର ପଟୁଆରରେ ମାଁଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ଚାଙ୍ଗୁଡ଼ିରେ ମାଁଙ୍କ ଆଜ୍ଞାମାଳ ଆଣି ଦେଶୀ ବେହେରା ସାହିରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମଣ୍ଡପରେ ବିଜେ କରାଇଛନ୍ତି । କୋଭିଡ୍ ର କଟକଣା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ସକାଳ ୫ରୁ ପୂର୍ବାହ୍ନ ୧୦ ଓ ଅପରାହ୍ନ ୪ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଅନୁମତି ମିଳିଛି । ତେବେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଁଙ୍କ ନିକଟରେ ଭୋଗ ରାଗ କିମ୍ବା ଦୀପ ଲାଗି କରାଇ ପାରିବେ ନାହିଁ ।


ମାଁଙ୍କ ଯାତ୍ରା ବହୁ ପୁରାତନ । ମହୁରୀଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ଆନ୍ଦ୍ରପ୍ରଦେଶର ରାଜମହେନ୍ଦ୍ରୀରେ ଦେବାଙ୍ଗ ସଂପ୍ରଦାୟ ପକ୍ଷରୁ ହେଉଥିବା ଏହି ଯାତ୍ରା ପରମ୍ପରାକୁ ସହରକୁ ଆଣିଥିଲେ । ଆଉ ସେବେ ଠାରୁ ପ୍ରତି ଦୁଇ ବର୍ଷକୁ ଥରେ ସ୍ଥାୟୀ ମନ୍ଦିର ତଥା ଶାଶୁ ଘର ଓ ଦେଶୀ ବେହେରା ତଥା ବାପା ଘରର ମିଳିତ ସହଯୋଗରେ ହୋଇ ଆସୁଛି ଏହି ଯାତ୍ରା । ଯାତ୍ରା ୩୦ ଦିନ ଧରି ହୋଇଆସୁଥିବାବେଳେ ଚଳିତ ବର୍ଷ ୭ ଦିନ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here