ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ

0
46

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ରଣ ଯୋଜନା ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ପାଇଁ ୫୯୨୫.୭୪ କୋଟି ଟଙ୍କାର ରୁଣ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ ଉପସ୍ଥିତ ର୍ବାଙ୍କ କର୍ତ୍ତୁପକ୍ଷଙ୍କୁ ଜିଲ୍ଲାପାଳ କୃଷି ରୁଣ ପ୍ରଦାନ ର ଅବହେଳା ରୁଣ ମେଳା କରି ଚାଷୀମାନଙ୍କୁ ରୁଣ ପ୍ରଦାନ କରିନଥିବା ଯୋଗୁଁ ଚାଷୀ ମାନଙ୍କୁ ରୁଣ ପ୍ରଦାନ କରିବା ତାଗିଦ୍ କରିଥିଲେ । କୃଷି ରୁଣ ପ୍ରଦାନରେ ଅବହେଳାର ବରଦାସ୍ତ କରାଜିବନି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । କୃଷି କ୍ଷେତ୍ରରେ ୨୮୧୯.୫୫ କୋଟି ରୁଣ ଦେବାକୁ ଲକ୍ଷ ଧାର୍ଯ୍ୟ ଥିବା ବେଳେ ଗତ ୩୧ ,ମାର୍ଚ୍ଚ ସୁଦ୍ଧା ୧୩୨୫ କୋଟି ଟଙ୍କା ରୁଣ ପ୍ରଦାନ କରାଯାଇଛି । ଛୋଟ ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୨୦୩୯.୬୫ କୋଟି କୃଷି,ହରିଜନ ଓ ଆଦିବାସୀଙ୍କ ପାଇଁ ରୁଣ ପ୍ରଦାନ ତ୍ୱରାନ୍ନିତ କରିବା ପାଇଁ ଉଦ୍ୟମ ଆବଶ୍ୟକତା ଗୁରୁତ୍ୱାରୋପ କରାଯାଇଛି । ମାର୍ଚ୍ଚ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ୟାଙ୍କ ସର୍ବମୋଟ ୧୯୪୨୦ କୋଟି ଜମା ସଂଗ୍ରହ କରିଥିବା ବେଳେ ମାତ୍ର ୭୩୯୫ କୋଟି ରୁଣ ପ୍ରଦାନ କରିଛନ୍ତି । ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧୀ ଏନ.ସି ପ୍ରଧାନ.ଆନ୍ଧ୍ର ବ୍ୟାଙ୍କ ର ଏଜିଏମ ଅନୁଜ କୁମାର ପ୍ରଧାନ, ପ୍ରୋଭେଏସନାରୀ ଆଇଏସ କର୍ଭି ଭାସନ,ପିଡି (ଡୁଡା) ସବ୍ୟସାଚୀ ହୋତା,ଏପିଡି ଦେବବ୍ରତ ସାହୁ,ଲିଡ୍ ବ୍ୟାଙ୍କ ମ୍ୟାନେଜର ସୁରେନ୍ଦ୍ର କୁମାର ଚୈଧୁରୀଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here