ଗାନ୍ଧିଜୀ ଯୁବକ ସଙ୍ଘ’ର ବାର୍ଷିକୋତ୍ସଵ କାର୍ଯ୍ୟକ୍ରମ

0
44

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ ରାଜୁ):ଗଜପତି ଜିଲ୍ଲା ଗୁମା ବ୍ଲକ ର ଉଖୁରା ପଞ୍ଚାୟତ ଅନ୍ତର୍ଗତ ମାଳିଆରା ଗ୍ରାମରେ  ଗାନ୍ଧିଜୀ ଯୁବକ ସଂଘ’ର ବାର୍ଷିକୋତ୍ସଵ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି  ।।              ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ର ଅଧ୍ୟକ୍ଷ ଶ୍ରୀ ଗଜେନ୍ଦ୍ର ଗମାଙ୍ଗ ,  ବ୍ଲକ ବଡ଼ିଓ :  ଶ୍ରୀ ନଟବର ଗରଡ଼  ଓ ଶ୍ରୀ ଜୁଆଣି ରଇତ ସରପଞ୍ଚ   ସମାନିତ ଅତିଥି ଭାବେ ଯୋଗ ଦେଇଥିଲେ  ।                      ଶ୍ରୀ ମୀଖାଏଲ ଗମାଙ୍ଗ  ଗାନ୍ଧିଜୀ ଯୁବକ ସଂଘ’ର  ସଭାପତି’ଙ୍କ ଦ୍ୱାରା ସଭା କାର୍ଯ୍ୟକ୍ରମ ପରିଚାଳନା କରା ଯାଇଥିଲା । ଏହି କାର୍ଯ୍ୟକ୍ରମ’ରେ ଗାନ୍ଧିଜୀ ଯୁବକ ସଂଘ ପ୍ରତିଷ୍ଠାତା ଶ୍ରୀ ଲିଭିଂଷ୍ଟନ ଗମାଙ୍ଗ’ଙ୍କୁ ୱାର୍ଲଡ଼ ଭିଜନ ଇଣ୍ଡିଆ ତରଫ’ରୁ ସମାନିତ କରା ଯାଇଥିଲା।  ଉକ୍ତ ସଭା କାର୍ଯ୍ୟକ୍ରମ’ରେ ଗୁମା ବ୍ଲକ’ର ବିଡ଼ିଓ: ନଟବର ଗରଡ଼ ପ୍ରତିଶୃତି ଦେଇ କହିଥିଲେ ଯେ , ଗାନ୍ଧିଜୀ ଯୁବକ ସଙ୍ଘ ଦୀର୍ଘ ୨୦ ବର୍ଷ ଧରି ପାଳିତ ହେଉଥିବାରୁ ମୁ ଅତ୍ୟନ୍ତ ଖୁସି ମନେକରୁଛି । ସରକାର ତରଫରୁ ଯେଉଁ ସବୁ ସୁବିଧା ଅଛି ସେହି ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ବିଡିଓ: ଶ୍ରୀ ଗରଡ଼ କହିଥିଲେ।।                                                             ଏହି ସଭା କାର୍ଯ୍ୟକ୍ରମ’ରେ ଯୋଗ ଦେଇଥିବା ସଂଘ ଓ ଗ୍ରାମର ଅନ୍ୟତମ ଅତିଥିମାନେ ହେଲେ , ଶ୍ରୀ ଏଲିଆକିମ ଗମାଙ୍ଗ , ସଂଘର ସଂପାଦକ, ଶ୍ରୀ ପାରେଶ ଭୂୟାଁ , ଶ୍ରୀ ଅବୀୟ ଗମାଙ୍ଗ , ଶ୍ରୀ ମସେସ ରଇତ , ଶ୍ରୀ ଯୋଶୀ ଭୂୟାଁ ପୂର୍ବତନ ସରପଞ୍ଚ ଶ୍ରୀ ମାଥିଉ ଭୂୟାଁ, ଶ୍ରୀ ନୋବାୟ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ’କୁ ସଫଳତା’ର ସହ ଆଗେଇ ନେଇଥିଲେ।

LEAVE A REPLY

Please enter your comment!
Please enter your name here