ଆଦିବାସୀ ବହୁଳ ଝାମୀ ସମେତ ୨୩ଟି ଟିକାଦାନ କେନ୍ଦ୍ରରେ ୪୫ ବର୍ଷ’ରୁ ଉର୍ଦ୍ଧ୍ବ ବୟସ ବ୍ୟକ୍ତି’ଙ୍କ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଜାରୀ

୨୩୦୦ରୁ ଉର୍ଦ୍ଧ୍ବ'ଙ୍କୁ  କୋଭିଡ ଟୀକାକରଣ ବ୍ୟବସ୍ଥା

0
39

   ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ ରାଜୁ):ଗଜପତି ଜିଲ୍ଲା’ର ଆଦିବାସୀ ବହୁଳ ଗୁମ୍ମା  ଗୋଷ୍ଟି  ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ,ଥିବା ଝାମୀ ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଖୋଲା ଯାଇଥିବା  ଟିକାଦାନ କେନ୍ଦ୍ର ସମେତ ଜିଲ୍ଲାର ୨୩ ଟି ଟିକାଦାନ କେନ୍ଦ୍ର’ରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ଭାବେ ସୁରୁଖୁରୁ’ରେ ଚାଲିଛି।                                                     କେନ୍ଦ୍ର ସରକାର’ଙ୍କ ପକ୍ଷରୁ ମାଗଣା’ରେ କୋଭିଡ ଟୀକା ଦିଆଯିବା ବ୍ୟବସ୍ଥା ହୋଇଥିବା ଯୋଗୁଁ ବହୁ ସଂଖ୍ୟାରେ ୪୫ ବର୍ଷ’ରୁ ଉର୍ଦ୍ଧ୍ବ ବୟସ’ର ବ୍ୟକ୍ତି’ ଆଗ୍ରହ ଓ ଶୃଙ୍ଖଳିତ’ର ସହ ଆସି ନାମ ପଞ୍ଜିକରଣ କରାଇ ଟୀକା ନେଇଥିଲେ ।                                                                   ଆଜି  ଜିଲ୍ଲା’ର ୭ଟି ବ୍ଲକ’ର ୨୩ ଟି ଟିକାଦାନ କେନ୍ଦ୍ର ଯଥା:-   ରାୟଗଡ’ରେ ୨ଟି , ନୂଆଗଡ’ରେ ୨ ଟି , ଆର:ଉଦୟଗିରି’ରେ ୨ଟି , ଗୋସାଣି’ରେ ୪ଟି , ଗୁମ୍ମା’ରେ ୨ଟି , କାଶୀନଗର’ରେ ୨ଟି , ମୋହନା’ରେ ୭ଟି ଏବଂ ପାରଳାଖେମୁଣ୍ଡି ସହର’ରେ ୨ ଟି ଟିକାଦାନ କେନ୍ଦ୍ର   ଠାରେ ୨୩୦୦’ରୁ ଉର୍ଦ୍ଧ୍ବ ଜଣ’ଙ୍କୁ କୋଭିଡ ଟୀକା ଦିଆଯିବା ବ୍ୟବସ୍ଥା କରା ଯାଇଥିଲା ।। 
        ଗତକାଲି  ସୁଦ୍ଧା ଗଜପତି ଜିଲ୍ଲା’ରେ ସମସ୍ତ ବର୍ଗ’ର ମୋଟ ୪୮ ହଜାର ୧୪୬ ଜଣ ପ୍ରଥମ ଡୋଜ ଟୀକା ନେଇ ସାରିଥିବା ବେଳେ ୧୦ ହଜାର ୦୩୭ ଜଣ ଦ୍ଵିତୀୟ ଡୋଜ କୋଭିଡ ଟୀକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ ବିଭାଗ’ର କାର୍ଯ୍ୟରତ ୬୨୪୮ ଜଣ କୋଭିଡ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଏବଂ ୫୧୫୬ ଜଣ’ଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି ।
  ସେହିଭଳି ଆଗଧାଡ଼ିର କାର୍ଯ୍ୟରତ ୩୨୮୬ ଜଣ କୋଭିଡ ଯୋଦ୍ଧା’ଙ୍କୁ ପ୍ରଥମ ଡୋଜ ଓ ୨୨୮୬ ଜଣ’ଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି।
           ସେହିଭଳି ୪୫ ବର୍ଷ’ରୁ ଉର୍ଦ୍ଧ୍ବ ବୟସ’ର ୧୬ ହଜାର ୦୬୬ ଜଣ’ଙ୍କୁ ପ୍ରଥମ ଡୋଜ ଓ ୧୨୬ ଜଣ’ଙ୍କୁ ଏ ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦିଆ ଯାଇଥିବା ଜଣାଯାଇଛି ।

ଆଜି ଜିଲ୍ଲାର ୨୩ ଗୋଟି କୋଭିଡ ଟିକାଦାନ କେନ୍ଦ୍ର ସମେତ ଗୁମ୍ମା ବ୍ଲକ’ର ଝାମୀ ଗ୍ରାମ’ରେ  ଝାମୀ କଲ୍ୟାଣ ମଣ୍ଡପ ଠାରେ କୋଭିଡ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।।                                                              ଏ ସମ୍ପର୍କରେ ଦାୟିତ୍ୱ’ରେ ଥିବା ଡାକ୍ତର ଡାଃ ସମରେନ୍ଦ୍ର ପ୍ରସାଦ ଦାସ ଓ ଡାଃ ପି: ଶ୍ରୁତୀ କହିଛନ୍ତି ଯେ , କେନ୍ଦ୍ର ସରକାର’ଙ୍କ ମାଗଣା କୋଭିଡ ଟୀକା ନେବାପାଇଁ ୪୫ ବର୍ଷ’ରୁ ଉର୍ଦ୍ଧ୍ବ ବୟସ’ର ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖା ଦେଇଛି । ସେମାନେ  ଟୀକା ନେବା ପରେ ଅଧଘଣ୍ଟା ପର୍ଯ୍ୟବେକ୍ଷଣ କକ୍ଷରେ ସେମାନଙ୍କୁ ରଖା ହେଉଛି । କାହାକୁ ହେଲେ କୋଣସି ପ୍ରକାର ଅସୁବିଧା ହୋଇନାହିଁ ବୋଲି କହିଥିଲେ ।
        ସେହିଭଳି କୋଭିଡ ଟୀକା ନେବାପରେ ଶ୍ରୀ ବୃନ୍ଦାବନ ପଣ୍ଡିତ , ଜୟଦେବ ସୁନାଶଗଡ଼ , ମାଳତୀ ଦେବୀ ଓ ପି: ଘାସିନାଥ  ପ୍ରମୁଖ କହିଛନ୍ତି ଯେ , ସେମାନେ  କୋଭିଡ ଟୀକା ନେବାର ସୁଯୋଗ ପାଇଥିବା ଯୋଗୁଁ କେନ୍ଦ୍ର ସରକାର’ଙ୍କୁ ଧନ୍ୟବାଦ କହିଛନ୍ତି । ଟିକାନେବା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ,  କୋଣସି ଅସୁବିଧା ହୋଇନାହିଁ । । ଏହି ଟୀକା ନେଇ ସମସ୍ତେ କରୋନା ମୁକ୍ତ ହୁଅନ୍ତୁ  ବୋଲି ସମସ୍ତ’ଙ୍କୁ ଅନୁରୋଧ କରିଥିଲେ ।
      ଝାମୀ ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମ  ଡାଃ ,ସମରେନ୍ଦ୍ର ପ୍ରସାଦ ଦାସ ଓ ଡାଃ ପି: ଶ୍ରୁତୀ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନ’ରେ ସୁରୁଖୁରୁ’ରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ’ରେ କୋଭିଡ ଟୀକା ନେବାକୁ  ଆସିଥିବା ସମସ୍ତ’ଙ୍କୁ   ଏଏନଏମ: ଶ୍ରୀମତୀ ଦୀପିକା ପ୍ରଧାନ ଓ ଶ୍ରୀମତୀ ଅହଲ୍ୟା ସାମଲ  କୋଭିଡ ଟୀକା ଦେଇଥିଲେ ।
   ସମସ୍ତ ଟୀକାକରଣ କାର୍ଯ୍ୟକ୍ରମ’କୁ ସ୍ବାସ୍ଥ୍ୟକର୍ମୀ ଶ୍ରୀ ପି: ଗିରି ଏବଂ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଏଏନଏମ: , ସ୍ବାସ୍ଥ୍ୟକର୍ମୀ , ଆଶା ଓ ଅଙ୍ଗନବାଡି କର୍ମୀ ମାନେ ପରିଚାଳନା’ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here