ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ବିଭିନ୍ନ ଥାନା ଅଂଚଳରେ ଯାଚ୍‌, ୪ଲକ୍ଷ ୨୦ହଜାର ଜରିମାନା ଆଦାୟ

0
36

ଛତ୍ରପୁର(ଓବି ନ୍ୟୁଜ):ଗତ ୨୪ ଘଂଟା ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ୍ କରାଯାଇ ଟ୍ରାଫିକ୍ ନିୟମ ଅବମାନନା ଓ ବିନା ମାସ୍କଧାରୀଙ୍କ ଠାରୁ ୪ଲକ୍ଷ ୨୦ହଜାର ଟଙ୍କା ଜରିମାନା ଆଦାୟ ସହ ଦୁଇଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସିଜ୍ କରାଯାଇଛି । ସେହିପରି ୫ଟି ଅବକାରୀ ମାମଲା ରୁଜୁ କରାଯାଇ ୧୦୫ ଲିଟର ମଦ ଜବତ କରାଯିବା ସହ ୫ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହା ସହ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଗତ ଦୁଇ ଦିନ ଧରି କବିସୂର୍ଯ୍ୟନଗର ଓ ହିଞ୍ଜିଳି ଥାନା ଅଂଚଳରେ ବୁଲି ଲୋକଙ୍କୁ କୋଭିଡ୍ ନିୟମ ଉପରେ ସଚେତନା କରିବା ସହ ଦୋକାନ ଦୋକାନ ବୁଲି ମଧ୍ୟ ମାସ୍କ ପିନ୍ଧିବା ଓ ପଂଚସୂତ୍ରୀ ନିୟମ ପାଳନ ନେଇ ଗୁରୁତ୍ୱାରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here