ଗଞ୍ଜାମରେ ଭାଜପା ର କାର୍ଯ୍ୟକାରିଣୀ ବୈଠକ

0
34

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ;ଗଞ୍ଜାମ ସହର ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ଗଞ୍ଜାମ ମଣ୍ଡଳ ସ୍ତରୀୟ କର୍ଯ୍ୟକ୍ରରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରଗଞ୍ଜାମ ମଣ୍ଡଳ ସଭାପତି ସୁଦାମ ଚରଣ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା।ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥିଭାବେ ଯୋଗଦେଇ ଦଳର ସଂଗଠନ କୁ କିପରି ବୁଥ ସ୍ତର ରୁ ମଜବୁତ କରାଯିବ ସେନେଇ ବକ୍ତବ୍ୟ ରଖିଥିଲେ।।ବୈଠକରେ ଅନ୍ୟତମ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ତଥା ଏନ ଏ ସି ମଣ୍ଡଳ ପ୍ରଭାରୀ ପ୍ରଶାନ୍ତ କୁମାର ନାୟକ,ପୂର୍ବତନ ଜିଲ୍ଲାପରିଷଡ଼ ସଭ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସ,ଜିଲ୍ଲା ଲିଗାଲ ସେଲ କନଭେନର ପ୍ରଦୀପ କୁମାର ପାଢୀ,ଜିଲ୍ଲା ଉପ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏକତାର ଭାବନା ନେଇ ସ୍ଥାନୀୟ ଅଞ୍ଚଳରେ ଦଳୀୟକର୍ମୀ ମାନେ କାର୍ଯ୍ୟ କଲେ ଦଳୀୟ ସଂଗଠନ ସୁଦୃଢ଼ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ କିପରି ଲୋକାଭିମୁଖୀ ହୋଇପାରିବ, ସ୍ଥାନୀୟ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ର ସମାଧାନ,ବେକାରୀ ସମସ୍ୟାର ସମାଧାନ,ସ୍ଥାନୀୟ ଅଞ୍ଚଳରେ ଉନ୍ନତିକରଣ ,ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯିବା ଏପରିକି ବିଭିନ୍ନ ସମସ୍ୟା ସମ୍ପର୍କରେ ସର୍ବସମ୍ମତି କ୍ରମେ ଏକ ଚିଠା ପ୍ରସ୍ତାବ ଗୃହୀତ ହୋଇଥିଲା।
କାନ୍ତାରୀ ଦଳାଇ,ଭୀମସେନ ବେହେରା,ଯୁଧିଷ୍ଠିର ପଣ୍ଡା,ରାମଚନ୍ଦ୍ର ବେହେରା,ବିକ୍ରମ ପାଣିଗ୍ରାହୀ,ଧନୁର୍ଦ୍ଧର ବେହେରା,ରଞ୍ଜନ ବେହେରା,ପ୍ରଶାନ୍ତ ଗୌଡ଼,ଅଜୟ ରାଉଳ,ଜୟଦେବ ଗୌଡ଼,ବାବୁଲି ରାଉଳ ପ୍ରମୁଖ ଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here