ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ ଚିହ୍ନଟ : ରିମାଣ୍ଡ ସ୍ଥଗିତ

0
136

ଚୌଦ୍ୱାର(ଓବି ନ୍ୟୁଜ) (ଏମ୍‌. ନବୀନ): ଗ୍ୟାଙ୍ଗଷ୍ଟର ହାଇଦର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆରଟିପିସିଆର ଟେଷ୍ଟରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ଡିସିପି ସୂଚନା ଦେଇଛନ୍ତି । ହାଇଦର କରୋନାରେ ଆକ୍ରାନ୍ତ ହେବା ପରେ ତା’ର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି । ଶୁକ୍ରବାର ହାଇଦରକୁ ଓଡ଼ିଶା ଅଣାଯିବା ପରେ କଟକ ଡିସିପି ଅଫିସ ନିଆଯାଇଥିଲା । ଅପରାହ୍ନରେ କଟକ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ପରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା । ବର୍ତ୍ତମାନ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଆଜି କଟକ ମଙ୍ଗଳାବାଗ ପୋଲିସ ତାକୁ ୭ ଦିନିଆ ରିମାଣ୍ଡରେ ନେଇଥା’ନ୍ତା।

ରିପୋର୍ଟ ଅନୁଯାୟୀ, ଅସୁସ୍ଥତା କାରଣରୁ ୨୩ ତାରିଖରେ ହାଇଦରକୁ ସମ୍ବଲପୁର ମେଡିକାଲରୁ କଟକ ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରୁ ସେ ଏପ୍ରିଲ ୧୦ ତାରିଖରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା । ଯାହାକୁ ନେଇ ପୋଲିସ କମିଶନ କାର୍ଯ୍ୟଦକ୍ଷତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ୫ ଦିନର ଲୁଚକାଳି ଖେଳ ଖେଳିବା ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ ପୋଲିସ । ତେଲେଙ୍ଗାନା ପୋଲିସ ସହାୟତାରେ ୧୨୦ ଘଣ୍ଟାର ଅପରେସନ ପରେ ସଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା । ଗିରଫ କରିବା ପରେ ଶୁକ୍ରବାର ଦିନ ହାଇଦ୍ରାବାଦରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାକୁ କଟକ ଡିସିପି ଅଫିସ ନିଆଯାଇଥିଲା । ତେବେ ବର୍ତ୍ତମାନ ସେ କରୋନା ପଜିଟିଭ ଚିହ୍ନଟ ହୋଇଛି ।

LEAVE A REPLY

Please enter your comment!
Please enter your name here