ଗୁଣୁପୁରରେ ଅଗ୍ନିଶମ ସପ୍ତାହ ପାଳନ

0
90

ଗୁଣପୁର(ଓବି ନ୍ୟୁଜ) (ସୁରେନ୍ଦ୍ର ମହାନ୍ତି): ରାୟଗଡା ଜିଲ୍ଲା ଗୁଣୁପୁର ଅଗ୍ନିଶମ ବିଭାଗ ପକ୍ଷରୁ ଏପ୍ରିଲ ୧୪ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ଅଗ୍ନିଶମ ସପ୍ତାହ ପାଳନ କରାଯାଉଛି । ଯେଉଁ ଅଗ୍ନିଶମ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ ପାଳନ ସମୟରେ ବୀରଗତି ପ୍ରାପ୍ତ ହୁଅନ୍ତି ସେମାନଙ୍କ ସ୍ମୁତି ଉଦେଶ୍ୟ ରେ ଏହି ସପ୍ତାହ ପାଳନ କରାଯାଉଛି। ଏହାର ଅନ୍ୟ ଏକ ଉଦେଶ୍ୟ ଜନସାଧାରଣଙ୍କ ମଧ୍ୟରେ ଅଗ୍ନିସତେତନତା ସୃଷ୍ଟି କରିବା ଓ ଜରୁରୀ କାଳୀନ ପରିସ୍ଥିତି ରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ରୁ କିପରି ନିଜକୁ ସୁରକ୍ଷିତ ରଖିବା । ପ୍ରତି ବର୍ଷ ଆମ ରାଜ୍ୟରେ ଅନେକ ଅଗ୍ନି ଦୁର୍ଘଟଣା ଘଟି କୋଟି କୋଟି ଟଙ୍କାର ଧନସମ୍ପତ୍ତି ନଷ୍ଟ ହେବା ସହ ବହୁ ଅମୂଲ୍ୟ ଜୀବନ ନଷ୍ଟ ହୋଇଥାଏ। ଜନସାଧାରଣ ଦୈନନ୍ଦିନ ଜୀବନରେ ଟିକିଏ ସାବଧାନତା ଅବଲମ୍ବନ କଲେ ଆମେ ନିଶ୍ଚିତ ଅଗ୍ନିର ବ୍ୟାପକ ଦୁର୍ଘଟଣା କୁ ରୋକି ପାରିବା । ଏହି ସଚେତନ ଓ ସୁରକ୍ଷା ବାର୍ତା ଦେଇ ଗୁଣୁପୁର ସହରରେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ମାନେ ଏକତ୍ର ହୋଇ ପ୍ରଚାର ପ୍ରସାର କରିଥିଲେ। ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here