ଦୃଷ୍ଟିହୀନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
121

ବ୍ରହ୍ମପୁର (ଓବି ନ୍ୟୁଜ)(ସ୍ୱତନ୍ତ୍ର ପ୍ରତିନିଧି ସୁନିଲ କୁମାର ସାହୁ): ଝୁଲନ୍ତା ଅବସ୍ଥାରେ ଦୃଷ୍ଟିହୀନ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ସୂଚନା ଯୋଗ୍ୟ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଶୋକ ନଗର ପଂଚମ ଲାଇନରେ ରହିଥିବା ମିଲଟନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନରେ ଚାରି ଜଣ ଦୃଷ୍ଟିହୀନ ଛାତ୍ର ରହି ପାଠ ପଢ଼ୁଥିଲେ । ସଦର ଥାନା ଅନ୍ତର୍ଗତ ବୋରିଗାଁର ରମେଶ ସେଠୀଙ୍କ ପୁତ୍ର ପ୍ରଭାକର ସେଠୀ ସେଠାରେ ରହି ଖଲିକୋଟ ଜୁନିଅର କଲେଜରେ +୨ରେ ପାଠ ପଢ଼ୁଥିଲେ । ଗତକାଲି ରାତିରେ ସେଠାରେ ରହୁଥିବା ସହପାଠୀ ଖାଇବା ପାଇଁ ଡାକିଥିଲେ ମଧ୍ୟ କୌଣସି ଉତର ଦେଇନଥିଲେ । ବହୁ ସମୟ ଧରି କବାଟ ବାଡ଼େଇବା ସହ ପାଟି କରିଥିଲେ ମଧ୍ୟ କୌଣସି ଉତର ନମିଳିବାରୁ ଭୟଭୀତ ହୋଇ ବୈଦ୍ୟନାଥପୁର ଥାନାରେ ଖବର ଦେଇଥିଲେ । ପୁଲିସ ଖବର ପାଇ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ପହଂଚି ଝରକା ଭାଙ୍ଗି ଦେଖିବାରୁ ସେଠାରେ ପ୍ରଭାକରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସକାଳ ସମୟରେ ପ୍ରଭାକରଙ୍କ ପରିବାରକୁ ଖବର ଦେଇଥିଲା ପୁଲିସ । ଖବର ପାଇ ପରିବାରବର୍ଗ ଘଟଣାସ୍ଥଳରେ ପହଂଚିବା ସହ ପୁଲିସ ଏବଂ ସାଇଂଟିଫିକ ଟିମ ପହଂଚି ଘରକ କବାଟକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗା ଯାଇଥିଲା । ପରେ ମୃତ ଦେହକୁ ଉଦ୍ଧାର କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବାବେଳ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here