ବୁଲା କୁକୁର କାମୁଡ଼ାରେ ହରିଣ ମୃତ୍ୟୁ

0
30

ମୋହନା (ଓବି ନ୍ୟୁଜ)(ପି.ସଞ୍ଜୀବ ରାଓ): ଗଜପତି ଜିଲ୍ଲା ମୋହନା ସହର ଠାରୁ ମାତ୍ର ଏକ କିଲୋମିଟର ଦୁରରେ ରହିଥିବା ଅଠରନଳା ବ୍ରିଜ ନିକଟସ୍ଥ ପାହାଡ ରେ ୭ ରୁ ୮ କୁକୁର ଏକ ହରିଣକୁ ଶିକାର କରିବା ପାଇଁ ଗୋଡ଼ାଇ ଗୋଡ଼ାଇ କ୍ଷତ ବିକ୍ଷତ କରିଥିଲେ । ଏହି ସମୟରେ କିଛି ସ୍ଥାନୀୟ ଯୁବକ ଏହା ଦେଖି କୁକୁର ମାନଙ୍କୁ ଘୋଉଡ଼ାଇଥିଲେ ଓ ମୋହନା ବାନାଞ୍ଚଳ ଅଧିକାରୀ ଙ୍କୁ ଖବର ଦେଇଥିଲେ ସଙ୍ଗେ ସଙ୍ଗେ ଖବର ପାଇ ମୋହନା ବନାଞ୍ଚଳର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରିବା ସହିତ ମୋହନା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆହତ ହରିଣ ଟିର ଚିକିତ୍ସା କରିଥଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଆହାତ ହୋଇଥିବା ହରିଣର ଜୀବନ ଚାଲି ଯାଇଥିଲା । ବନବିଭାଗ ଉପସ୍ଥିତିରେ ମୃତ ହରିଣର ଶବ ବ୍ୟବଚ୍ଛେଦ କରାଯିବା ସହ ପୋତି ଦିଆଯାଇଥିବା ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here