ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର

0
63

ଚୌଦ୍ୱାର(ଓବି ନ୍ୟୁଜ) (ନବୀନ ରାଓ):କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ କରଞ୍ଜି ଗ୍ରାମ ନିକଟରେ ଜଣେ ଯୁବକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରାସ୍ତାରେ ଦୈଉଡୁଥିବା ବେଳେ ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିବା ପରେ ସେଠାରୁ କଟକ ବଡ ମେଡିକାଲ କୁ ପଠାଇଥିବା ଜଣାପଡିଛି। ତେବେ ଯୁବକ ଜଣଙ୍କ ପରିଚୟ ମିଳିନଥିବା ବେଳେ ଯୁବକ ଜଣଙ୍କ ଦେହରେ ନିଆଁ ଲାଗିଥିବା ସ୍ଥାନୀୟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ ଏବଂ ଯୁବକ ଜଣଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଖଵରଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଲା ଯୁବକ ଜଣଙ୍କ ଦେହରେ ନିଆଁ ଲାଗି ୪୦ପ୍ରତିଶତ ପୋଡ଼ିଯାଇଥିଲେ ମଧ୍ୟ ନିଜେ ରାସ୍ତାରେ ଚାଲି ଚାଲି ଯିବା ଆମ୍ବୁଲାନ୍ସ ରେ ଚଢିବା ଅଞ୍ଚଳ ବାସୀଙ୍କୁ ଚକିତ କରିଛି। ତେବେ ଯୁବକ ଙ୍କ ଦେହରେ ନିଆଁ କେମିତି ଲାଗିଲା ଏଭଳି ଅବସ୍ଥା କିପରି ହେଲା ତାହା ସ୍ପଷ୍ଟ ଜଣାପଡୁନାହିଁ ।

LEAVE A REPLY

Please enter your comment!
Please enter your name here