ଓଟିଏମ ହାଇସ୍କୁଲର ସ୍କାଉଟ ଗାଇଡ଼ ଛାତ୍ରମାନଙ୍କ ତରଫରୁ ଜଳଛତ୍ର ଏବଂ ମାସ୍କ ବଣ୍ଟନ

0
83

ଚୌଦ୍ୱାର (ଓବି ନ୍ୟୁଜ)(ନବୀନ ରାଓ): ବୈଶାଖ ମାସ ର ଆଗମନରେ ରୁଦ୍ର ତାପ ର ପ୍ରକୋପ ବଢିବା ସାଙ୍ଗକୁ ଝାଞ୍ଜି ପବନ ଅସ୍ତବ୍ୟସ୍ତ ସାଧାରଣ ଜନତା। ବିଶେଷ କରି ଓଟିଏମ କଲୋନୀ ର ରାସ୍ତା ଟି ପଟ ଦେଇ ବହୁ ବାଟୋଇ ଯାତାୟାତ କରିଥାନ୍ତି । ଏଥିପାଇଁ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଆଣ୍ଡ ଗାଇଡ଼ ର ମୁଖ୍ୟ କମିଶନର ଡ଼. କାଳୀ ପ୍ରସାଦ ମିଶ୍ର ଓ କଟକ ଜିଲ୍ଲା ର ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ଙ୍କ ନେତୃତ୍ବରେ ରେ ସ୍କାଉଟ ଗାଇଡ଼ ପିଲା ଙ୍କ ଜରିଆରେ ଜଳଛତ୍ର ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ । ଏହି ଯିବା ଆସିବା ରାସ୍ତା ରେ ନା ଅଛି ସରକାରୀ ସ୍ତରୀୟ ଜଳଛତ୍ର ନା ଅଛି ବିଶ୍ରାମ ଗାର । ହଇରାଣ ହରକତ ଭୋଗୁଛନ୍ତି ବହୁ ସଂଖ୍ୟକ ପଥ ଚାରି। ଓଟିଏମ ହାଇ ସ୍କୁଲ ର ସ୍କାଉଟ ଗାଇଡ଼ ପିଲା ଜଳଛତ୍ର ର ବ୍ୟବସ୍ଥା କରି ପଥ ଚାରିଯାତ୍ରୀ ମାନଙ୍କର ତୃଷ୍ଣା ମେଣ୍ଟେଇଥିଲେ । ଏହି ମହତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ମମତା ସାହୁ,ସମାଜ ସେବୀ, ଅର୍ଜୁନ ପଣ୍ଡା,ସଖୱତ ଖାଁ, ଶିକ୍ଷକ ପ୍ରଫୁଲ ନାଥ, ମୃତ୍ୟଞ୍ଜୟ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସ୍କାଉଟ ମାଷ୍ଟର ଜିତେନ ରାଉତ ଏହାକୁ ପରିଚାଳନା କରିଥିଲେ। ଓଟିଏମ ହାଇ ସ୍କୁଲ ର ସ୍କାଉଟ ଗାଇଡ଼ ଛାତ୍ରମାନଙ୍କ ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳ ବସି ଭୂରି ଭୂରି ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here