ପାଣିଗଣ୍ଡା ଗ୍ରାମରେ ପିଇବା ପାଣିର ସମସ୍ୟା

0
56

ମୋହନା (ଓବି ନ୍ୟୁଜ)(ପି.ସଞ୍ଜୀବ ରାଓ): ଗଜପତି ଜିଲ୍ଲା ମୋହନା ବ୍ଲକ ର ପାଣିଗଣ୍ଡା ଗ୍ରାମ ପଞ୍ଚାୟତ ଅଧିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ରେ ରହିଛି। ପାଣିଗଣ୍ଡା ଗ୍ରାମରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଗ୍ରାମ ଟି ଦୁର୍ଗମ ଅଞ୍ଚଳ ରେ ରହିଥିବା ହେତୁ ସରକାର ଙ୍କ ଯୋଜନା ଆଜି ଭି ପହଞ୍ଚି ପାରିନି । ଗ୍ରାମ ବାସୀ ବହୁ ବାର ପାଣି ର ସମସ୍ୟା ନେଇ ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଛନ୍ତି । କିନ୍ତୁ ସ୍ଵାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମରେ ପାଣି ର ସମସ୍ୟା ଦୂର ହୋଇପାରିନି । ଚଳିତ ବର୍ଷ ଗ୍ରୀଷ୍ମ ର ଉତ୍ତାପ ବଢୁଥିବା ହେତୁ ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୨୦୧୫ ମସିହାରେ ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୫ ଲକ୍ଷ୍ୟ ଟଙ୍କାର ବ୍ୟୟ ବରାଦ ରେ ୫୦୦୦୦ ଲିଟର ପାଣି ଟାଙ୍କୀ ନିର୍ମାଣ କରାଯାଇଥିଲା । କିନ୍ତୁ ନବ ନିର୍ମାଣ ପାଣି ଟାଙ୍କି ରୁ ପାଣି ଲିକ୍ ହେଉଥିବା ହେତୁ ପାଣି ଟାଙ୍କି ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ହେଲେ କେବେ ସରକାର ଙ୍କ ଦ୍ବାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ପାଣି ଟାଙ୍କୀ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇବେ ତାହା ହିଁ ଗ୍ରାମ ବାସୀ ଙ୍କ ଅପେକ୍ଷା।

LEAVE A REPLY

Please enter your comment!
Please enter your name here