କୋଭିଡ ସଂକ୍ରମଣ ସ୍ଥିତି ଅସମ୍ଭାଳ , କୋଭିଡ ପରୀକ୍ଷଣ ପ୍ରକ୍ରିୟା ଜୋରଦାର

0
52

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ ରାଜୁ):ଦେଶବ୍ୟାପୀ କୋଭିଡ ମାହାମାରି’ର ଦ୍ଵିତୀୟ ଲହର ଆରମ୍ଭ ହୋଇ ଯାଇଥିବା ବେଳେ ଏହାର ପ୍ରଭାବ ଗଜପତି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ବିଭିନ୍ନ ଅଞ୍ଚଳ ସମେତ ପାରଳାଖେମୁଣ୍ଡି ସହର’ରେ ମଧ୍ୟ ଏହି କୋଭିଡ ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ ବଢି ଚାଲିଥିବା ବେଳେ ବର୍ତ୍ତମାନ କିଛିଦିନ ହେଲାଣି କୋଭିଡ ସଂକ୍ରମଣ ସ୍ଥିତି ଅସମ୍ଭାଳ ଆଡକୁ ଗତି କରିବା ଆରମ୍ଭ କଲାଣି ।
  ଚଳିତ ମାସ’ର ଗତ ୭ ତାରିଖ ଠାରୁ ଗଜପତି ଜିଲ୍ଲାରେ କୋଭିଡ ସଂକ୍ରମଣ ସଂଖ୍ୟା ବଢି ବଢି ୨୨୭’ରେ ପହଞ୍ଚିଲାଣି । ଏଥି ମଧ୍ୟରୁ ଚିକିତ୍ସିତ ହୋଇ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ମୋଟ ୨୧୩ ଜଣ ସଂକ୍ରମିତ’ଙ୍କ ମଧ୍ୟରୁ ୧୯ ଜଣ କୋଭିଡ କେୟାର ସେଣ୍ଟର’ରେ , ୪ ଜଣ ବାହାର ହସପିଟାଲ’ରେ ଏବଂ ୧୯୦ ଜଣ ହୋମ ଆଇସଲେସନ୍ସ’ରେ ରହି ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି ।
   ଗଜପତି ଜିଲ୍ଲା’ରେ ମୋଟ କୋଭିଡ ସଂକ୍ରମଣ ଚିହ୍ନଟ ସଂଖ୍ୟାରୁ ଅଧିକାଂଶ ପାରଳାଖେମୁଣ୍ଡି ସହର’ର ବାସିନ୍ଦା ।  ଆଗକୁ ଏହି ସଂକ୍ରମଣ ସଂଖ୍ୟା’କୁ ତୁରନ୍ତ ହ୍ରାସ କରାଯାଇ ନିୟନ୍ତ୍ରଣ’ରେ ରଖିବା ପାଇଁ ୧୭ ଟି କୋଭିଡ ଟେଷ୍ଟିଙ୍ଗ ଦଳ ଗଠନ କରାଯାଇଛି । ଏମାନଙ୍କ ଦ୍ୱାରା କୋଭିଡ ପରୀକ୍ଷଣ ଓ ଚିହ୍ନଟ ପ୍ରକ୍ରିୟା’କୁ ଖୁବ ଜୋରଦାର କରାଯାଇଛି । ପାରଳାଖେମୁଣ୍ଡି ସହର’ରେ ୫ ଟି ଟେଷ୍ଟିଙ୍ଗ ଦଳ ପୁରୁଣାପାଟଣା ଓଡିଶା-ଆନ୍ଧ୍ର ସୀମାନ୍ତ’ରେ ଥିବା ନାକା ଗେଟ ସମେତ ବଜାର ଛକ , ଜିଲ୍ଲାମୁଖ୍ୟ ଚିକିତ୍ସ୍ୟଳୟ , ରେଲୱେ ଷ୍ଟେସନ ଓ ବିଜୁ କଲ୍ୟାଣ ମଣ୍ଡପ ଠାରେ । ପ୍ରତିଦିନ ଏହିସବୁ ଅଞ୍ଚଳ’ରେ ୩୦୦’ରୁ ୫୦୦ ଜଣ ପର୍ଯ୍ୟନ୍ତ କୋଭିଡ ଟେଷ୍ଟିଙ୍ଗ କରାଯାଉଛି । ଲୋକେ ମଧ୍ୟ ଆଗ୍ରହ ସହକା’ରେ ବହୁ ସଂଖ୍ୟା’ରେ ଆସି ଟେଷ୍ଟିଙ୍ଗ କରାଇ ନେଉଛନ୍ତି ।
  ଏତଦ ବ୍ୟତୀତ ପାରଳାଖେମୁଣ୍ଡି ସହର’ରେ ପୌର ପରିଷଦ’ର ରହିଥିବା ୧୬ ଗୋଟି ୱାର୍ଡରେ ୧୬ ଗୋଟି କୋଭିଡ ଜ୍ୱର ପରୀକ୍ଷଣ କେନ୍ଦ୍ର ମାନ ଖୋଲାଯାଇଛି ।

ସେଠାରେ ପୌର ପରିଷଦ’ର ନିର୍ବାହୀ ଅଧିକାରୀ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ’ରେ ସ୍ୱଚ୍ଛସାଥୀ , ଗୋଷ୍ଟି ଅଧିକାରୀ ଓ ଆରଆରଟି ପ୍ରମୁଖ ରହି ଆସୁଥିବା ଲୋକଙ୍କ ଜ୍ୱର ମାପକ ଯନ୍ତ୍ର  ସାହାଯ୍ୟରେ ଜ୍ୱର ଓ ପଲସ ରେଟ ପରୀକ୍ଷା କରୁଛନ୍ତି । ଯାହା ଏଠାରୁ ଚିହ୍ନଟ ହେଉଛନ୍ତି , ସେସବୁ ପୌର ପରିଷଦ କାର୍ଯ୍ୟାଳୟ ଠାରେ ଖୋଲା ଯାଇ କାର୍ଯ୍ୟକ୍ଷମ ହେଉଥିବା କୋଭିଡ କଣ୍ଟ୍ରୋଲ ରୁମରେ ଚିହ୍ନଟ  ସଂକ୍ରମଣ କେଶ ଗୁଡାକୁ ଲାଇନ ଲିଷ୍ଟିଙ୍ଗ କରାଯାଇ ପଠାଉଛନ୍ତି । ତାହାକୁ ଫଲୋ-ଅପ କରାଯାଇ ସେହିମାନଙ୍କ କୋଭିଡ ଟେଷ୍ଟିଙ୍ଗ କରାଯାଉଛି ।
        ଜିଲ୍ଲା’ର ବିଭିନ୍ନ ସ୍ଥାନ’ରେ କରୋନା ଟେଷ୍ଟିଙ୍ଗ ଚାଲିଛି । ପୋଜିଟିଭ କେଶ ଆସିଲା ପରେ ସ୍ୱାସ୍ଥ୍ୟ ବିଭାଗ’ର ଆରଆରଟି: ଟିମ କାମ ଆରମ୍ଭ କଲେଣି । ସେଥିରେ ୪ ଜଣ ଡାକ୍ତର ଏବଂ ଫାର୍ମାସିଷ୍ଟ ରହିଛନ୍ତି । ସେମାନେ ବୁଲି ବୁଲି ପୋଜିଟିଭ କେଶ ଗୁଡାକ ପାଇଁ ଭିଜିଟ କରି ସେମାନ’ଙ୍କ ଟିକିନିଖି ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥି ମଧ୍ୟରେ ଯେଉଁ ଯେଉଁ କେଶ ଗୁଡାକ ଗୁରୁତର ରହୁଛି , ସେମାନ’ଙ୍କୁ ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ଠାରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆରମ୍ଭ କରା ଯାଇଥିବା “ଅନ୍ୱେସା” କୋଭିଡ କେୟାର ସେଣ୍ଟର’କୁ ରେଫର କରୁଛନ୍ତି ।
   ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପାରଳାଖେମୁଣ୍ଡି ସହର ନିକଟସ୍ଥ ବେତାଗୁଡା ଠାରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ କୋଭିଡ କେୟାର ସେଣ୍ଟର ଆରମ୍ଭ କରାଯାଇଛି ।
  ଅନ୍ୟପକ୍ଷରେ କୋଭିଡ ହସପିଟାଲ ପ୍ରାଇଭେଟ ପିପିପି  ମୋଡରେ ଭୂବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ସହିତ ଜିଲ୍ଲା ପ୍ରଶାସନ’ର ଚୁକ୍ତିନାମା ହୋଇଗଲାଣି। ଜିଲ୍ଲାର ଆର୍.ସୀତାପୁର ଠାରେ କିଛି ଦିନ ମଧ୍ୟରେ କୋଭିଡ ହସ୍ପିଟାଲ ଆରମ୍ଭ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here