ବରିଷ୍ଠ ଆଇନଜୀବୀଙ୍କ ଦେହାନ୍ତ

0
256

ଆସିକା(ଓବି ନ୍ୟୁଜ୍‌)(ସନ୍ତୋଷ କୁମାର ମିଶ୍ର): ଆସିକା ବ୍ଳକ ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମର ବରିଷ୍ଠ ଆଇନଜୀବୀ ଜି ପ୍ରକାଶ ରାଓ ଦୋରା ଦେହାନ୍ତ ହୋଇଯାଇଛି।ଦେହାନ୍ତ ବେଳକୁ ତାଙ୍କୁ 72 ବର୍ଷ ହୋଇଥିବା ବେଳେ ସେ ଜଣେ ମେଳାପୀ ମିଷ୍ଟ ବାସୀ, ତଥା ପରାଉପକାରୀ ଥିଲେ।ଖବର ରୁ ପ୍ରକାଶ ଯେ ବରିଷ୍ଠ ଆଇନଜୀବୀ ଜି ପ୍ରକାଶ ରାଓ ଦୋରା ଗତ କାଲି ବିଳମ୍ବତ ରାତ୍ର ରେ ଚୌକି ରେ ବସିଥିବା ବେଳେ ଆକସ୍ମିକ ହୃଦଘାତ ମୃତ୍ୟୁ ହୋଇଥିବା ସୂଚନା ରହିଛି।ଖବର ପ୍ରକାଶିତ ହେବା ମାତ୍ରେ ବନ୍ଧୁ ବାନ୍ଧବ ସହ ଆତ୍ମୀୟ ସଜନ ଙ୍କ ସୁୟ ଛୁଟୁ ଥିଲା।ଆସିକା ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ କରିବା ପାଇଁ ଆସିକା ଓକିଲ ସଙ୍ଘ ର ସଭାପତି ପି ଚନ୍ଦ୍ର ଶେଖର ପାତ୍ର, ବରିଷ୍ଠ ଆଇନ ଜୀବି ଅଜିତ ଚୌଧୁରୀ,ଛବିଲ ରାମ ମିଶ୍ର, ନାରାୟଣ ମୁନି ,ପି ଶିବ ଶଙ୍କର ପାତ୍ର, ଦ୍ରୁଗା ଚରଣ ପଟ୍ଟନାୟକ, ଦିଲ୍ଲୀପ ପାଣିଗ୍ରାହୀ,ବିଦେଶୀ ନାହାକ, ନାରାୟଣ ହୋତା, ପ୍ରଭାତ କୁମାର ପାଢୀ, ଚିନା ରେଡ୍ଡୀ, N ଯଜ୍ଞ ଆଚାରି, ଅନିଲ ପାଣିଗ୍ରାହୀ, ସୁଧାଂଶୁ ପାଣିଗ୍ରାହୀ, ମହେଶ୍ବର ବେହେରା,ଅମ୍ବିକା ରଥ,ଯୁବ ଆଇନ ଜୀବି ଅଜିତ ନାୟକ,ରବି ଗୌଡ଼ ଙ୍କ ସମେତ ବହୁ ଆଇନ ଜୀବି ଉପସ୍ଥିତ ଥିଲେ। ମୃତ ଜି ପ୍ରକାଶ ରାଓ ଦୋରାଙ୍କୁ ନିଜ ଗାଁ ସ୍ନସନରେ ଶବ ସଂସ୍କାର କରାଯାଇଥିବା ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here