ଚୌଦ୍ୱାର ସର୍କଲ ଜେଲ ରେ ଦ୍ୱତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ

0
57

ଚୌଦ୍ୱାର(ଓବି ନ୍ୟୁଜ୍‌)(ଏମ୍‌. ନବୀନ): ଚୌଦ୍ଵାର ଜେଲ୍ କର୍ମଚାରୀ ଓ କଏଦୀ ମାନଙ୍କୁ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଆଜି ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦୭ ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିଲା ଏବଂ ଦ୍ଵିତୀୟ ଡୋଜ୍ ୨୦୮କର୍ମଚାରୀ ଓ କଏଦୀ ମାନଙ୍କୁ ଦିଆଯାଇଛି ବୋଲି ଚୌଦ୍ଵାର ସର୍କଲ ଜେଲ୍ ସୁପର୍ଟେଣ୍ଟ ଇନଚାର୍ଜ କୂଳମଣି ବେହେରା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ହାଇଦର ଫେରାର ଘଟଣା ପରେ ଗିରଫ ହୋଇ ଚୌଦ୍ଵାର ଜେଲ୍ କୁ ଆସିବା ପରେ କରୋନା ପଜିଟିଭ୍ ହୋଇଥିବାର ଜଣାପଡିଥିଲା। ଏହାକୁ ଦୃଷ୍ଟିରେ ରଖି ଚୌଦ୍ଵାର ଜେଲ୍କୁ ସାନିଟାଇଜ୍ କରାଯାଇ ଜେଲ୍ କର୍ତୃପକ୍ଷ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହା ସହିତ କଏଦୀମାନେ ସଂପର୍କୀୟଙ୍କ ସହିତ ଦେଖାକରିବାରେ ମଧ୍ୟ କିଛି କଟକଣା ଲଗାଇଥିବାରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here