ଚାରିଦିନ ହେଲା ଲିଙ୍କ ଫେଲ ଯୋଗୁଁ ଗ୍ରାହକ ଙ୍କ ମଧ୍ୟରେ ଅସନ୍ତୋଷ

0
44

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ସହରରେ ଲିଙ୍କଫେଲ ଯୋଗୁଁ ଚାରିଦିନ ହେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏ ଟି ଏମ ଗ୍ରାହକ ମାନେ ଟଙ୍କା ଉଠାଣ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଯାହାକୁ ନେଇ ଗ୍ରାହକ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।ସମ୍ପ୍ରତି କରୋନା କାଳରେ ସଞ୍ଚିତ ଅର୍ଥ ଉଠା କରି ନିତ୍ୟ ଵ୍ୟଵହାର ସାମଗ୍ରୀ ନେବାକୁ ଆସୁଥିବା ଲୋକମାନେ ଏ ଟି ଏମ୍ କାଉଣ୍ଟର ରେ ଲିଙ୍କ ଫେଲ ଲେଖା ଉଲ୍ଲେଖ ରହିଥିବା ଦେଖି ଫେରୁଥିବା ଲକ୍ଷ କରାଯାଉଛି।ସୂଚନା ଥାଉକି କିଛିଦିନ ତଳେ ସହରରେ ରହିଥିବା ଦୁର୍ଗାଦେବୀ ସାହି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଲୋକଙ୍କ ଭିଡ଼ ଯୋଗୁଁ ଦୁଇଦିନ ବନ୍ଦ ରହିଥିବା ଫଳରେ ଗ୍ରାହକ ମାନେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ଯୋଗୁଁ ବ୍ୟାଙ୍କ ନିକଟକୁ ଆସି ଫେରି ଯାଇ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯାହାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here