ଋମ୍ଭା (ଓବି ନ୍ୟୁଜ)(ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ସାହୁ) ; କାର୍ଯ୍ୟବହୁଳ ଦିନ ଭିତରେ ବେଳେ ବେଳେ ପରିବାର ଲୋକଙ୍କ ସହିତ କିଛି ପର୍ଯ୍ୟଟନ ସ୍ଥଳି ବୁଲିଯିବାର ମଜା ନିଆରା । ପରିବାର କିମ୍ବା ସାଙ୍ଗ ସାଥୀ ମାନଙ୍କ ସହିତ କିଛି ଯାଗା ବୁଲି ସମୟ ଅତିବାହିତ କରିବାକୁ କିଏ ବା ନ ଚାହେଁ । ତେବେ ଏହି କାର୍ଯ୍ୟ ବହୁଳ ସମୟ ଭିତରେ ସମୟ ବାହାର କରି ଚାଲନ୍ତୁ ଯିବା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ରମ୍ଭା ସହରକୁ । ଏଠାରେ ଚିଲିକା କୂଳରେ ରହିଛୀ ସୁନ୍ଦର ପାନ୍ଥନିବାସ ଟିଏ ।
ଏହି ପାନ୍ଥ ନିବାସ ରେ ରହି ଚିଲିକାର ପ୍ରାକୃତିକ ର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁ ଦୁର ଦୁରାନ୍ତରୁ ପର୍ଯ୍ୟଟକ ମାନେ ଛୁଟି ଆସିଥାନ୍ତି ଏଠାକୁ । ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଏଠାରେ ଥିବା ପ୍ରାକୃତିକ ଦୃଶ୍ୟ ମଧ୍ୟ ବୁଲି ଦେଖିଥାନ୍ତି ପର୍ଯ୍ୟଟକ ମାନେ । ଚିଲିକାର ନୀଳ ଜଳରାଶି ରେ ବୋର୍ଟରେ ବୁଲି ନିଆରା ଅନୂଭୁତି ସାଉଁଟିବାର ମଜା ଉଠାଇଥାନ୍ତି ପର୍ଯଟକ ମାନେ । ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମାନେ ଆସୁଥିବାରୁ ସେମାନଙ୍କୁ ଚିଲିକାରେ ବୁଲାଇବା ପାଇଁ ଅନେକ ଯନ୍ତ୍ର ଚାଳିତ ଡଙ୍ଗାର ବ୍ୟବସ୍ଥା ରହିଛି । ଏଣୁ ଡଙ୍ଗା ଚାଳକ ମାନେ ପର୍ଯ୍ୟଟକଙ୍କ ଆଗମନକୁ ଅନ୍ଧବ ବସିଥାନ୍ତି । ବିଶେଷ କରି ପଶ୍ଚିମବଙ୍ଗ ରୁ ପର୍ଯ୍ୟଟକ ମାନେ ଆସି ପାନ୍ଥନିବାସ ରେ ରାତ୍ରି ଯାପନ କରିବା ସହ ଚିଲିକାର ସୌନ୍ଦର୍ଯ୍ୟ କୁ ମନଭରି ଉପଭୋଗ କରିଥାନ୍ତି । ସେପଟେ ମତ୍ସ୍ୟଯିବୀ ମାନେ ଚିଲିକା ପାଣିରୁ ବିଭିନ୍ନ କିସମର ମାଛ ଧରି ପର୍ଯ୍ୟଟକମାନଙ୍କୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ବର୍ଷତମାମ ପର୍ଯଟକ ମାନେ ଆସି ଆମର ଗୁଜୁରାଣ ମେଣ୍ଟିଜାଉଛି ବୋଲି କୁହନ୍ତି ମତ୍ସ୍ୟଯିବୀ ସୁରେନ୍ଦ୍ର କୁମାର ବେହେରା ଏଠାରେ ଚିଲିକା ଭିତରେ ଥିବା ଲାଇଟ ହାଉସ ଚଢେଇଗୁହା ପାହାଡ,ସିଦ୍ଦେଶ୍ୱର ମନ୍ଦିର,ସାନକୁଦା ଓ ବଡକୁଦା ଭଳି ବିଭିନ୍ନ ପର୍ଯ୍ୟଟନ ସ୍ଥଳି ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥାଏ ।
ଶିତ ରିତୁରେ ମୁଆବର୍ଷ ଆରମ୍ଭରେ ଓ ରଜ ପର୍ବରେ ଏଠାକୁ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଅଂଚଳରୁ ଆସି ଭୋଜି ଭାତ ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ତାକୁ ଦୃଷ୍ଠିରେ ରଖି ପାନ୍ଥନିବାସ ର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯାଇଛି । ଭିନ୍ନ ଭିନ୍ନ କିସମର ଗଛ ଲଗାଜାଇ ପରିବେଶ କୁ ଆହୁରି ସୌନ୍ଦର୍ଯ୍ୟମୟ କରାଯାଇଛି । ଏ ଦିଗରେ ସରକାର ଯତ୍ନବାନ ଅଛନ୍ତି ଏଣୁ ଏହାକୁ ଭିତ୍ତି କରି ଅଂଚଳବାସିନ୍ଦା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ପାନ୍ଥନିବାସରେ ଲୋକଙ୍କ ପକେଟ କୁ ଦେଖି ରହଣି ଦେଖି ଓ ଖାଇବା ମେନୁ ମଧ୍ୟ ଉପଭୋଗ ହେଉଛି ।