ଅସରାଏ ବର୍ଷାରେ ବେହାଲ ରାସ୍ତା

ରାଣୀପଡା ଠାରୁ ସାନ ଉସ୍ତାପଡ଼ା ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି

0
26

ବେଗୁନିଆପଡା (ଓବି ନ୍ୟୁଜ) (ଗାୟତ୍ରୀ ଦେବୀ) ; ସାମାନ୍ୟ ବର୍ଷାରେ ବେହାଲ ହୋଇପଡୁଛି ବେଗୁନିଆପଡ଼ା ବ୍ଲକ ସାନ ଉସ୍ତାପଡ଼ା ପଂଚୟତର ରାଣୀପଡା ଠାରୁ ସାନ ଉସ୍ତାପଡ଼ାଗାଁକୁ ଯିବା ରାସ୍ତା । ସାମାନ୍ୟ ବର୍ଷାରେ ରାସ୍ତା ମଝିରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାର ଦୁରାବସ୍ଥା ବର୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଜମି ରହୁଛି ଆଣ୍ଠୁଏ ପାଣି । ଅସରାଏ ବର୍ଷା ହେଲେ ରାସ୍ତା ମଝିରେ ପାଣି ଜମି ଏକ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି । ଫଳରେ ପଥଚାରି ବିଶେଷ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ରାସ୍ତାଟି ପଂଚୟତର ଅନ୍ୟତମ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାଉପରେ ସମସ୍ତେ ନିର୍ଭର କରିଥାନ୍ତି । ଏହି ରାସ୍ତାଦେଇ ଗାଁ ବାହାରକୁ ଆଉ ବିଶେଷ କରି ପଂଚୟତ ଅଫିସକୁ ଆସିବା ପାଇଁ ଗ୍ରାମବସୀଙ୍କୁ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି । ପଂଚୟତ ଅଫିସ ନିକଟରେ ପାଣି ଜମି ରହୁଛି । ରାସ୍ତା ମରାମତି ସହ ଡ୍ରେନେଜ ବ୍ୟବସ୍ଥା ପାଇଁ ଏ ପର୍ଯ୍ୟନ୍ତ ବିଭାଗ ତତ୍ପରତା ପ୍ରକାଶ କରିନଥିବା ରାସ୍ତାକୁ ଦେଖିଲେ ଜଣାପଡୁଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି

LEAVE A REPLY

Please enter your comment!
Please enter your name here