‘ନାରୀର ସୁରକ୍ଷା ପାଇଁ କରିଛୁ ପଣ’ ଗୀତ ଲୋକାର୍ପିତ

0
30

ପାରଳାଖେମୁଣ୍ଡି (ଓବି ନ୍ୟୁଜ) : କିଶୋରୀ ଓ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୁଲିସ ପକ୍ଷରୁ ଆରମ୍ଭ ହେଉଛି ସି-ଟିମ କାର୍ଯ୍ୟକ୍ରମ । ନାରୀର ସୁରକ୍ଷା ପାଇଁ କରିଛୁ ପଣ, ଦେଶ ପାଇଁ ନିଜକୁ କରିଛୁ ପଣ ଶୀର୍ଷକ ସଙ୍ଗୀତଟି ଖୋଦ୍ ଏସପି ସାରା ଶର୍ମା ଗାଇଥିବାବେଳେ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଗୁରୁ ରଘୁନାଥ ପାତ୍ର । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର, ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି, ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଏବଂ ଡିଏସପି ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ସାମିଲ ଥିଲେ । ବିଭିନ୍ନ କାମରେ ମହିଳାମାନେ ନିୟୋଜିତ ହୋଇଥିବାବେଳେ ସେମାନେ ଘର ବାହାରେ ରହିଥାନ୍ତି । ତେବେ ଅନେକ ସମୟରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ ସ୍କୁଲ କଲେଜରେ ମଧ୍ୟ ଛାତ୍ରୀମାନେ ବିିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଥାନ୍ତି । ତେଣୁ ଏଭଳି ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୁଲିସ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଛି ସି-ଟିମ୍ । ଶିଶୁ ସୁରକ୍ଷା ୟୁନିଟ ସଂହାୟତାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଜଣେ ମହିଳା ଇନିସପେକ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଯେଉଁ ଟିମ ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କାର୍ଯ୍ୟାଳୟକୁ ଯାଇ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ତଦାରଖ କରିବେ ବୋଲି ଏସପି ଶର୍ମା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here