ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ପୋଲିସର କଡାକଡି ଯାଂଚ : ୨ ଲକ୍ଷ ୧୦ ହଜାର ଟଙ୍କାଜରିମାନା ଆଦାୟ

    0
    37

    ଛତ୍ରପୁର (ଓବି ନ୍ୟୁଜ) ; ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଚଢାଉ କରାଯାଇ ବିନାମାସ୍କ ଧାରୀ, ବିନା ହେଲମେଟ ଧାରୀ ଓ ସାମାଜିକ ଦୂରତା ରକ୍ଷା ନ କରିବା ନେଇ ୨ ଲକ୍ଷ ୧୦ ହଜାର ଟଙ୍କାଜରିମାନା ଆଦାୟ କରାଯାଇଛି । ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସିଜ୍ କରାଯାଇଛି । ପଂଚସୂତୀ ନିୟମଉଲ୍ଲଂଘନ ନେଇ ଗୋଟିଏ ଦୋକାନକୁ ସିଲ୍ କରାଯାଇ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।ସେହିପରି ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ୯ ଟି ଅବକାରୀ ମାମଲା ରୁଜୁ କରାଯାଇ ୪୮୫.୮ଲିଟର ମଦ ଜବତ କରାଯିବା ସହିତ ୯ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ପୋଲିସ୍ ଜିଲ୍ଲା ମୁଖ୍ୟାଳୟରୁଟୁଇଟ ଯୋଗେ ସୂଚନା ମିଳିଛି ।

    LEAVE A REPLY

    Please enter your comment!
    Please enter your name here