ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ପୋଲିସର କଡାକଡି ଯାଂଚ : ୨ ଲକ୍ଷ ୧ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

    0
    19

    ଛତ୍ରପୁର (ଓବି ନ୍ୟୁଜ) : ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଚଢାଉ କରାଯାଇ ବିନା ମାସ୍କ ଧାରୀ, ବିନା ହେଲମେଟ ଧାରୀ ଓ ସାମାଜିକ ଦୂରତା ରକ୍ଷା ନ କରିବା ନେଇ ୨ ଲକ୍ଷ ୧ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଦୁଇ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସିଜ୍ କରାଯାଇଛି । ୬ ଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୫୬ ହଜାର ୨୮୦ ଟଙ୍କା ଜରିମାନା ଆଦାୟ କରାଯିବା ସହିତ ୨୩ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ୯ ଟି ଅବକାରୀ ମାମଲା ରୁଜୁ କରାଯାଇ ୨୪୩.୩ ଲିଟର ମଦ ଜବତ କରାଯିବା ସହିତ ୧୧ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ପୋଲିସ୍ ଜିଲ୍ଲା ମୁଖ୍ୟାଳୟରୁ ଟୁଇଟ ଯୋଗେ ସୂଚନା ମିଳିଛି ।

    LEAVE A REPLY

    Please enter your comment!
    Please enter your name here