ସମାଜସେବୀ ସୌମ୍ୟ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଧୁଛି ବାଧକ

0
113

ଚୌଦ୍ୱାର (ଓବି ନ୍ୟୁଜ) (ନବୀନ ରାଓ):ଯାହାର ରୋଜଗାରରେ ଦିନେ ଘର ଚଳୁଥିଲା, ଆଜି ସେ ଜୀବନ ମରଣର ସୂତାଖିଅରେ ଝୁଲୁଛି। ମେଡିକାଲ୍‌ ବେଡ୍‌ରେ ପଡ଼ି ପ୍ରତି ମୁହୂର୍ତ୍ତରେ ବଞ୍ଚିବାକୁ ସେ ସଂଘର୍ଷ କରୁଥିବା ବେଳେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ ଓ ମା । ଗତ ଦୁଇମାସ ତଳେ ଚୌଦ୍ଵାର ଅଞ୍ଚଳରେ ଏକ ପରିବାରର ସମସ୍ତେ କରୋନା ରେ ଆକ୍ରାନ୍ତ ହୋଇଥିଲେ।ସମସ୍ତେ ଭଲ ହୋଇ ଘର କୁ ଫେରିଥିବା ବେଳେ ସୌମ୍ୟରଂଜନ ବେଉରା କିନ୍ତୁ ଭଲ ହୋଇନଥିଲେ । ଧିରେ ଧିରେ ରୋଗ ବଢ଼ିବାବୁ ଲାଗିଲା । ତାଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ସମ୍ ଅଲଟିମେଟ ଡାକ୍ତର ଖାନା ରେ ଚିକିତ୍ସା ଚାଲିଥିଲା ।ଏବେ ତାଙ୍କୁ ଚେନ୍ନାଇ ସ୍ଥିତ ଏମ୍ ଜି ଏମ୍ ହସ୍ପିଟାଲ ନିଆଯାଇଛି । ସେଥିଲାଗି ଦରକାର କୋଟିଏରୁ ଅଧିକ ଟଙ୍କା ।

ଗୋଟେ ମଧ୍ୟବିତ୍ତ ପରିବାର ଏତେ ଟଙ୍କା କେମିତି ବା ଯୋଗାଡ କରିବେ । ସେଥିଲାଗି ସୋମ୍ୟଙ୍କ ସ୍ତ୍ରୀ ଅମୃତା ଓ ମା ସରସ୍ଵତୀ ସୌମ୍ୟ ଙ୍କ ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ECMO ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫ୍ଟି କରାଯାଇଛି। ଏୟାର ଆମ୍ବୁଲାନ୍ସରେ ସେ ଚେନ୍ନାଇ ଯାଇଛନ୍ତି । କୋଭିଡ ଆକ୍ରାନ୍ତ ପରଠାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ସୌମ୍ୟ କରୋନା ସମୟ ରେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିବା ଠାରୁ ଆରମ୍ଭ କରି ଅନେକ ସମାଜ ସେବା କାମ କରୁଥିଲେ । ବିଭିନ୍ନ ସମାଜସେବୀ ,ସାଙ୍ଗ ସାଥିଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଅଞ୍ଚଳ ବାସୀ ପଡୋଶୀ ପ୍ରାୟ ସମସ୍ତେ ସାହାଯ୍ୟର ହାତ ବଢ଼ାଇ ସାରିଲେଣି । ପରିବାର ଲୋକେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଆଉ ହାତରେ କିଛି ବି ସମ୍ବଳ ନାହିଁ ବୋଲି ଜଣା ପଡ଼ିଛି ।ସୌମ୍ୟ ଗତ ୪ବର୍ଷ ହେବ ବିବାହ କରିଛନ୍ତି । ତାଙ୍କର ଦେଢ଼ ବର୍ଷକର ପିଲାଟି ମଧ୍ୟ ଅଛି । ତାଙ୍କର ଅଧିକ ଚିକିତ୍ସା ପାଇଁ ସମସ୍ତେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଅନୁରୋଧ ।ତାଙ୍କୁ ସାହାଯ୍ୟ ର ହାତ ବଢ଼ାଇବା ପାଇଁ ତାଙ୍କ ପତ୍ନୀଙ୍କର ଆକାଉଣ୍ଟ କୁ ପଠେଇ ପାରିବେ।ନାମ- ଅମୃତା କାନୁନ୍ଗୋ ଆକାଉଣ୍ଟ ନଂ- ୧୦୧୩୦୧୫୦୪୬୧୩, ଆଇ ଏଫ ସି କୋଡ଼ – ଆଇ ସି ଆଇ ସି୦୦୦୧୦୧୩ ରେ ପଠେଇ ପାରିବେ ଏବଂ ଫୋନ ପେ ବା ଗୁଗୁଲ ପେ ନଂ-୮୨୪୯୫୦୧୬୧୨ ରେ ପଠେଇ ପାରିବେ।

LEAVE A REPLY

Please enter your comment!
Please enter your name here