ଭାରତୀୟ ଡାକ ବିଭାଗର ୭ମ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଡାକମୋହର ରଦ୍ଦକରଣ

    0
    19

     ଛତ୍ରପୁର (ଓବି ନ୍ୟୁଜ) ; ଆସନ୍ତା ଜୁନ୍ ୨୧ ତାରିଖରେ ୭ମ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ତଥା ସ୍ମରଣୀୟ କରିବା ନିମନ୍ତେ ଭାତରୀୟ ଡାକ ବିଭାଗ ଏକ ବିଶେଷ ଡାକମୋହର ରଦ୍ଦକରଣ କରୁଛି । ଏହି ଅବସରରେ ଭାରତର ୮୧୦ ପ୍ରଧାନ ଡାକଘରେ ଏକ ଚିତ୍ରତ ରୂପାଙ୍କନ ତଥା ହିନ୍ଦୀ ଓ ଇଂରାଜୀ ଭାଷାରେ ଆନ୍ତର୍ଜାତୀୟ ଯୋଗଦିବସ ୨୦୨୧ ଲେଖାଥିବା ଏକ ରଦ୍ଦକରଣ ମୋହର ଦ୍ୱାରା ସେହି ଦିନ ସମସ୍ତ ଚିଠିର ଡାକମୋହରକୁ ଏକକାଳୀନ ରଦ୍ଦକରଣ କରାଯିବ ।
     ଏହି ଏକକାଳୀନ ସର୍ବବୃହତ୍ତ ରଦ୍ଦକରଣକୁ ଉପଲବ୍ଧ ଡାକ ଟିକଟ, ଡାକ ଟିକଟ ସଂଗ୍ରାହକ ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ ହେବା ସଙ୍ଗକୁ ୭ମ ଯୋଗ ଦିବସକୁ ଚୀରସ୍ମରଣୀୟ କରିବ । ଚିତ୍ର ସହିତ ଡାକବିଭାଗର ଚଳିତ ବର୍ଷର ବିଶ୍ୱ ଯୋଗ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଡାକମୋହର ରଦ୍ଦକରଣର ଏହି ଦିବସର ଐତିହ୍ୟରେ ଅକ ନୂତନ ଫର୍ଦ୍ଦ ଯୋଡିବ । କରୋନା ମହାମାରୀକୁ ଲକ୍ଷ୍ୟ ରଖି ଏହି ବିଶେଷ ରଦ୍ଦକରଣର ଉନ୍ମୋଚନ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବା ସଙ୍ଗେ ଛତ୍ରପୁର ମୁଖ୍ୟ ଡାକଘରେ କୋଭିଡ୍ ନିୟମାବଳୀ ପାଳନ ପୂର୍ବକ ‘ଯୋଗ ସହିତ ରୁହ ଘରେ ରୁହ’ ଶପଥ ପାଠ ସହିତ ଔଷଧୀୟ ବୃକ୍ଷ ରୋପଣ, ସାମୁହିକ ଯୋଗାଭ୍ୟାସ ସ୍ଥାନୀୟ ପୋଷ୍ଟମାଷ୍ଟର ଅଶ୍ୱିନୀ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବ ବୋଲି ବ୍ରହ୍‌ପୁର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀ ସୂଚନା ଦେଇଛନ୍ତି ।
     ବିଗତ ବର୍ଷ ମାନଙ୍କରେ ଡାକ ଟିକଟ ସଂଗ୍ରହ ପାଇଁ କ୍ରମଶଃ ଉତ୍ସାହ ହ୍ରାସ ପାଉଛି । ଡାକ ଟିକଟ ସଂଗ୍ରହ ଭଳି ଏକ ମୂଲ୍ୟବାନ ଅଭ୍ୟାସ ତଥା କଳାକୁ ଛାତ୍ରଛାତ୍ରୀ ଓ ଜନ ମାନସରେ ପୁନର୍ଜୀବିତ କରିବା ପାଇଁ ଭାରତୀୟ ଡାକ ବିଭାଗ ବିଭିନ୍ନ ସ୍ଥାନରେ ‘ଫିଲେଥେଲିକ୍ ବ୍ୟୁରୋ’ ସ୍ଥାପନ କରିଛି ଏବଂ ସେଠାରୁ ଫିଲେଥେଲିକ୍ ଷ୍ଟାମ୍ପ୍ ବିଭିନ୍ନ ଡାକଘରକୁ ଓ ଫିଲେଥେଲିକ୍ ଜମାଖାତାକାରୀଙ୍କ ନିକଟକୁ ପ୍ରେରଣ କରୁଛି । ଛତ୍ରପୁର ମୁଖ୍ୟ ଡାକଘରରେ ଗ୍ରାହକ, ଡାକଟିକଟ ସଂଗ୍ରାହକ ମାନଙ୍କର ଏହି ଫିଲେଥେଲିକ୍ ଷ୍ଟାମ୍ପ୍‌ର ଆଦୃତି ରହିଅଛି । ଅତିତରେ ଛତ୍ରପୁର ସହରରେ ୩ ଦିନିଆ ଗ୍ରୀଷ୍ମକାଳୀନ ଡାକଟିକଟ ସଂଗ୍ରହ ଶିବିର ଏହି ଅଞ୍ଚଳର ପ୍ରାୟ ୩୦ ଟି ବିଦ୍ୟାଳୟର ୫୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଡାକଟିକଟ ଉପରେ ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ ପ୍ରଭୃତି ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡାକଟିକଟ ସଂଗ୍ରହ ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥିଲା । ଫଳସ୍ୱରୂପ ବିଭିନ୍ନ ସମୟରେ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ଡାକବିଭାଗ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ପତ୍ରଲିଖନ ପ୍ରତିଯୋଗିତା, ଢାଇ ଅକ୍ଷର ପ୍ରତିଯୋଗିତା, ସ୍ପର୍ଶ ମେଧାବୃତ୍ତି ପ୍ରତିଯୋଗିତା ଇତ୍ୟାଦିରେ ଅଂଶଗ୍ରହଣ କରୁଛନ୍ତି । ଛତ୍ରପୁର ଅନ୍‌ସ୍ଲୋ ଅନୁଷ୍ଠାନ, ଲଙ୍ଗଳେଶ୍ୱର ବିଦ୍ୟାପୀଠ (ବୁରୁଡି), ବାମଦେବ ଉଚ୍ଚ ବିଦ୍ୟାଳୟ(ଡିଆଁଡେଇଁ) ଠାରେ ଫିଲେଥେଲିକ୍ କ୍ଲବ୍ କାର୍ଯ୍ୟରତ ଥିବାବେଳେ ଛତ୍ରପୁର ମୁଖ୍ୟଡାକଘରେ ମାଇ ଷ୍ଟାମ୍ପ୍ କାଉଣ୍ଟର୍ କାର୍ଯ୍ୟରତ ଅଛି । ପ୍ରକାଶ ଥାଉକି ଯେ, ଛତ୍ରପୁର ଅନସ୍ଲୋ ଅନୁଷ୍ଠାନର ଫିଲେଥେଲିକ୍ କ୍ଲବ୍ ରେଡ୍‌କ୍ରସ୍ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଡାକଟିକଟ ସଂଗ୍ରହ ସକାଶେ ପୁରସ୍କୃତ ତଥା ସମ୍ମାନିତ ହୋଇଛି ।

    LEAVE A REPLY

    Please enter your comment!
    Please enter your name here