ସମସ୍ତ ଚାଷୀ ଙ୍କୁ ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ସାମିଲ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ

    0
    33

    ଛତ୍ରପୁର (ଓବି ନ୍ୟୁଜ) ; ଭାଗ ଚାଷୀ ଙ୍କ ସମେତ ସମସ୍ତ ଚାଷୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ କରିବା ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଓଡିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ହୋଇଥିଲେ ସୁଦ୍ଧା କୃଷିର ବିକାଶ ନିମନ୍ତେ ଭିତ୍ତିଭୁମି ସୁଦୃଢ ନଥିବାରୁ ଗଞ୍ଜାମ ଜିଲ୍ଲାର ଚାଷୀ ଅବହେଳିତ ଅବସ୍ଥାରେ ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୀର୍ଘ ୪୦ ବର୍ଷ ହେଲା ଜମିଜମାର ସୁବିଧା ନିମନ୍ତେ ବେବନ୍ଦୋବସ୍ତ ହୋଇନଥିବାରୁ ଅଧିକାଂଶ ଜମିର ପଟ୍ଟା ବାପା, ଗୋସାଇଁ ବାପା, ବିକ୍ରୟ ବ୍ୟକ୍ତି ଆଦି ନାମଙ୍କ ରେକର୍ଡ ରହିଛି । ଜମି ମାଲିକମାନେ ପ୍ରତିବର୍ଷ ସିସ୍ତୁ ଜମାଦେଇ ସେହି ଜମି ନାମରେ କୃଷି ଋଣ ଆଦି ସରକାରୀ ସୁବିଧା ପାଉଥିଲେ । ମାତ୍ର ୨୦୨୦ ମସିହା ଠାରୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପରିବର୍ତ୍ତିତ କରି ନୁଆ ନିୟମ କରି ଭୂଲେଖକୁ ଲିଙ୍କ କରିଛନ୍ତି । ଫଳରେ ଚାଷୀଙ୍କ ନାମରେ ପଟ୍ଟା ନଥିବାରୁ ସେମାନଙ୍କର ଫସଲ ବୀମା ହୋଇପାରୁନାହିଁ । ଗତବର୍ଷ ଅଧିକାଂଶ ସୋସାଇଟିର ସଭ୍ୟମାନେ ନୁଆ ଫସଲବୀମା ବିଷୟରେ ଅବଗତ ନଥିବାରୁ କ୍ଷତିପୂରଣ ପାଇବା ଆଶାରେ ଫସଲବୀମା ପ୍ରିମିୟମ ଟଙ୍କା ଜମା କରିଛନ୍ତି । ସେଥିମଧ୍ୟରୁ ନିଜ ନାମରେ ପଟ୍ଟା ନଥିବା ଚାଷୀଙ୍କର ଫସଲବୀମା ହୋଇପାରିଲା ନାହିଁ । ସେମାନେ ଏ ପର୍ଯ୍ୟନ୍ତ ପ୍ରିମିୟମ ଟଙ୍କା ଫେରସ୍ତ ପାଇନାହାନ୍ତି । ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା ଅଟେ । ଅଧିକାଂଶ ବର୍ଷ ବାତ୍ୟା, ବନ୍ୟା, ମରୁଡିରେ ଫସଲ ନଷ୍ଟ ହୋଇଥାଏ । ଏଣୁ ପୂର୍ବ ବର୍ଷ ଭଳି ସିସ୍ତୁ ଜମା କରୁଥିବା ଚାଷୀଙ୍କର ଫସଲ ବୀମା କରିବା ସଙ୍ଗେ ସଙ୍ଗେ ତୁରନ୍ତ ସେଟଲମେଣ୍ଟ କ୍ୟାମ୍ପ କରି ଜମିଜମାର ସମସ୍ୟା, ପଟ୍ଟାର ସମସ୍ୟା ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଚାଷୀ ଉପକୃତ ହେବେ ବୋଲି ଏହି ସ୍ମାରକ ପତ୍ର ରେ ଦର୍ଶାଯାଇଛି ।

    LEAVE A REPLY

    Please enter your comment!
    Please enter your name here