ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ପୋଲିସର କଡାକଡି ଯାଂଚ : ୧ ଲକ୍ଷ ୮୨ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

    0
    51

    ଛତ୍ରପୁର (ଓବି ନ୍ୟୁଜ) ; ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଚଢାଉ କରାଯାଇ ବିନା ମାସ୍କ ଧାରୀ, ବିନା ହେଲମେଟ ଧାରୀ ଓ ସାମାଜିକ ଦୂରତା ରକ୍ଷା ନ କରିବା ନେଇ ୧ ଲକ୍ଷ ୮୨ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ୫ ଟି ଅବକାରୀ ମାମଲା ରୁଜୁ କରାଯାଇ ୬୯.୩ ଲିଟର ମଦ ଜବତ କରାଯିବା ସହିତ ୫ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ପୋଲିସ୍ ଜିଲ୍ଲା ମୁଖ୍ୟାଳୟରୁ ଟୁଇଟ ଯୋଗେ ସୂଚନା ମିଳିଛି ।

    LEAVE A REPLY

    Please enter your comment!
    Please enter your name here