ରାମେୟାପଲ୍ଲୀ ଗ୍ରାମରେ ଗୁଣିସନ୍ଦେହରେ ହୋଇଥିବା ହତ୍ୟା ଘଟଣାରେ ୧୩ ଜଣଙ୍କୁ କୋର୍ଟ ଚାଲଣ କଲା ପୋଲିସ୍‌

ଘଟଣା ସଂକ୍ରାନ୍ତରେ ଜାରିରହିଛି ଛାନ୍‌ଭିନ୍

0
10

ଛତ୍ରପୁର (ଓବି ନ୍ୟୁଜ) ; ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନ ରାମେୟାପଲ୍ଲୀ ଗ୍ରାମରେ ଶନିବାର ଗୁଣିଗାରେଡି ସନ୍ଦେହରେବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ସୁବାସନଗର ଦ୍ୱିତୀୟ ଲାଇନ୍ ବାସିନ୍ଦା ଏନ୍‌. ଭେଙ୍କଟ୍‌ରମଣଙ୍କୁ ପିଟିପିଟ ହତ୍ୟାକରାଯାଇଥିଲା । ଏହାସହ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ପି.ଧବଳେଶ୍ୱର ରେଡ୍ଡୀ ଏବଂ ରାମେୟାପଲ୍ଲୀ ଗ୍ରାମରପି.ଭୀମରାଜୁ ରେଡ୍ଡୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ଏହି ଘଟଣାରେ ଚମାଖଣ୍ଡି ଥାନାପୁଲିସ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ରାମେୟାପଲ୍ଲୀ ଗ୍ରାମର ୧୩ ଜଣଙ୍କୁ କୋର୍ଟ ଚାଲଣ କରିଛି । ୧୪୭,୧୪୮, ୩୦୨, ୩୦୭, ୩୨୩, ୩୨୫, ୨୯୪, ୪୨୭,୫୦୬, ୧୪୯ ଆଇପିସି ଦଫା ଅନୁଯାୟୀ ରାମେୟାପଲ୍ଲୀ ଗ୍ରମାରପି.ରାହୁଲ(୨୧), ଜି.ରାଜାରାଓ(୫୨), ପି.ନାରସୁମୁଲୁ(୪୧) , ଏସ୍‌.ଜନାର୍ଦ୍ଦନ (୨୬)ପି.ରବି(୨୨),ପି.ଦେବନ୍ଦ୍ର(୧୯), ପି.ଆପାରାଓ  (୪୮)  ,ଟୁଟୁ ସାହୁ(୩୦), ଏନ୍‌.ନବିନୀ(୨୦),କେ.ନାଗେସୁ ରାଓ(୩୮) , ପି.ରବି(୨୮), ବି.ଡିଲେସୁ(୨୯)  ଓ ପି.ଶିବା ଓରଫ ସିମାଦ୍ରୀ (୪୨) ଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି । ଘଟଣାକୁ ନେଇ ପୁଲିସ ପକ୍ଷରୁଆହୁରି ଛାନ୍‌ଭିନ୍ ଜାରି ରହିଛି । କୋର୍ଟ ଚାଲଣ ହୋଇଥିବା ୧୩ ଜଣଙ୍କ ନାମ ସହିତ ଗ୍ରାମର ଅନ୍ୟମାନେଘଟଣାରେ ସଂପୃକ୍ତ ବୋଲି ରାମେୟାପଲ୍ଲୀ ଗ୍ରାମର ପି.ଭିମରାଜୁ ରେଡ୍ଡୀ ଥାନାରେ ଅଭିଯୋଗ ଦାୟରକରିଥିଲେ । ଚମାଖଣ୍ଡି ଥାନା ପକ୍ଷରୁ ୧୨୦ /୨୦୨୧ ନଂ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତରେ ୧୩ ଜଣଙ୍କୁଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ଚମାଖଣ୍ଡି ଥାନା ଅଧିକାରୀସିତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।               ସୂଚନାନୁସାରେ, ରାମେୟାପଲ୍ଲୀ ଗ୍ରାମରପି.ଭିମରାଜୁ ରେଡ୍ଡୀଙ୍କୁ କିଛି ଅଘଟଣ ହେବା ନେଇ ସ୍ୱପ୍ନ ହୋଇଥିଲା । ଏହାର ପ୍ରତିକ୍ରିୟା ଲାଗିବ୍ରହ୍ମପୁର ଆଙ୍କୁଲି ସୁବାସନଗର ଦ୍ୱିତୀୟ ଲାଇନ୍‌ର ଏନ୍‌.ଭେଙ୍କଟ ରମଣ ଏବଂ ଲାଞ୍ଜିପଲ୍ଲୀ ମେଇନରୋଡ ଅଞ୍ଚଳରପି.ଧବଳେଶ୍ୱର ରେଡ୍ଡୀଙ୍କୁ ପୂଜାପାଠ କରିବା ପାଇଁ ଗ୍ରାମକୁ ଡକାଇଥିଲେ । ହେଲେ ଗ୍ରାମବାସୀ ସେମାନଙ୍କୁଗୁଣିଆ ତଥା ତାନ୍ତ୍ରିକ ସନ୍ଦେହ କରି ଆକ୍ରମଣ କରିଥିଲେ । ଫଳରେ ଏନ୍‌.ଭେଙ୍କଟ୍ ରମଣଙ୍କ ମୃତ୍ୟୁ ହୋଇଥିବାବେଳେ ପି.ଧବଳେଶ୍ୱର ଓ ଭୀମରାଜୁ ଗୁରୁତର ଆହତ ହୋଇଥିଲେ । 

LEAVE A REPLY

Please enter your comment!
Please enter your name here