ସାନ ଭାଇ କି ହତ୍ୟା କରିଥିବା,ବଡ଼ ଭାଇ ଗିରଫ

0
62

ଆସିକା (ଓବି ନ୍ୟୁଜ) (ସନ୍ତୋଷ ମିଶ୍ର) ; ମଙ୍ଗଳପୁର ଗ୍ରାମରେ ଗତ 18 ତାରିଖ ଦିନ ଭାଇ କି ହତ୍ୟା କରି ଫେରାର ଥିବା ହତ୍ୟାକାରୀ ଭାଇକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।ଏନେଇ ଆସିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି। ଗିରଫ ହରିବନ୍ଧୁ ପ୍ରଧାନକୁ ଆସିକା କୋର୍ଟକୁ ଚାଲଣ କରା ଯାଇଛି।ପ୍ରକାଶ ଥାଉକି ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ପାରିବାରିକ କଳହ କୁ କେନ୍ଦ୍ର କରି ହତ୍ୟା କାଣ୍ଡ ଘଟିଥିଲା।ଉକ୍ତ ଗ୍ରାମର ରାମଚନ୍ଦ୍ର ପ୍ରଧାନଙ୍କ ବଡ଼ପୁଅ ହରିବନ୍ଧୁ ପ୍ରଧାନ ବିଭାହ ପାଇଁ ଅମଙ୍ଗ ହେବାରୁ ବାପା ଦୂତୀୟ ପୁଅ ସଂଜୟକୁ ବାହା କରିଥିଲେ।ଏହି ଘଟଣାକୁ ନେଇ ଘରେ ବାରମ୍ବାର ଅଶାନ୍ତି ହୋଇ ଆସୁଥିଲା। ଏଥିପାଇଁ 20 ଦିନ ତଳେ ବିବାହିତ ସଂସଯ ଘର ଛାଡ଼ି କବିସୂର୍ଯ୍ୟନଗରରେ ରହୁଥିଲେ।ଘଟଣା ଦିନ ସଞ୍ଜୟ ଗାଁକୁ ଆସି ଘରକଥା ଜାବିବା ସକାଶେ ନିଜ ଦାଦା ପିତାମ୍ଭର ପ୍ରଧାନଙ୍କ ଘରେ ବସି ଚାହା ପିଉଥିଲେ। ସେଠାକୁ ଉତକ୍ଷିପ୍ତ ଥିବା ହରିବନ୍ଧୁ ସେଠାରେ ପହଞ୍ଚି ଏକ ଧାରୁଆ ଅସ୍ତ୍ର ଅତର୍କିତ ଆକ୍ରମଣ କରିଥିଲେ।ଘଟଣା ସ୍ଥଳରେ ହିଁ ସଂଜୟର ମୃତୁ ଘଟିଥିଲା।ଥାନା କେଶ ନମ୍ବର-382 /2021 ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇ ଆସୁଥିଲେ । ପୋଲିସ ଵିଶେଷ ସୂତ୍ରରୁ ଖବର ପାଇ ହରିବନ୍ଧୁକୁ ବଡଗଡ଼ ଥାନା ଇଲାକାର ମାଣିକପୁରରୁ ଗିରଫ କରିଥିଲେ।ପରବତି ସମୟରେ ହରି ହତ୍ୟା କାଣ୍ଡରେ ବ୍ୟବହାର କରିଥିବା ରକ୍ତ ଭିଜା ଖଣ୍ଡା ଜବତ କରି ଅଭିଯୁକ୍ତକୁ ଆସିକା କୋର୍ଟକୁ ଚାଳନା କରାଯାଇଛି।

LEAVE A REPLY

Please enter your comment!
Please enter your name here