ଆସିକା ସବ ଟ୍ରେଜେରୀ ରେ ଭିଜିଲାନ୍ସ ଚଢ଼ାଉ

ଦୁଇ ଲାଞ୍ଚୁଆ ଭିଜିଲାନ୍ସ ଜାଲରେ

0
337

ଆସିକା (ଓବି ନ୍ୟୁଜ) (ସନ୍ତୋଷ ମିଶ୍ର) ; ସ୍ଥାନୀୟ ଆସିକା ସବ ଟ୍ରେଜେରୀ ରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି।
ଧରାକୋଟସ୍ଥିତ ଏସ ଆର୍ ହାଇସ୍କୁଲ ରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଙ୍କ ବକେୟା ଦରମା ଆସିକା ସବ ଟ୍ରେଜେରୀ ରେ ମଞ୍ଜୁର କରିବା ନିମନ୍ତେ ଲାଞ୍ଚ ନେଉଥିବା ବେଳେ ଦୁଇଜଣ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅପରାହ୍ନରେ ସବ ଟ୍ରେଜେରୀ କାର୍ଯ୍ୟାଳୟ ରେ ସଂପୃକ୍ତ ବିଦ୍ୟାଳୟ ର କନିଷ୍ଠ ସହକାରୀ ସୁଶାନ୍ତ ମିଶ୍ର ଓ ଆସିକା ସବ ଟ୍ରେଜେରୀ ର ଅବସର ପ୍ରାପ୍ତ ପିଅନ କାଶୀନାଥ ପଣ୍ଡା ଶିକ୍ଷକ ଗୋପାଳକୃଷ୍ଣ ଦଳବେହେରା ଙ୍କ ଠାରୁ ଲାଞ୍ଚ ବାବଦକୁ ପାଞ୍ଚ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଉଭୟେ ଙ୍କୁ ରଙ୍ଗେ ହାତରେ ଧରି ଥିଲେ। ଉଲ୍ଲେଖ ଥାଉ ଶିକ୍ଷକ ଗୋପାଳକୃଷ୍ଣ ଙ୍କ ବକେୟା ପାଉଣା ମଞ୍ଜୁର କରିବା ରେ ବହୁ ବିଳମ୍ବ ହୋଇଥଲା।ସବ ଟ୍ରେଜେରୀ ରେ ଏଥି ନିମନ୍ତେ ଲାଞ୍ଚ ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ର କନିଷ୍ଠ ସହକାରୀ ସୁଶାନ୍ତ ମିଶ୍ର କହିବାରେ ଶିକ୍ଷକ ଗୋପାଳକୃଷ୍ଣ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ର ଅଧିକାରୀ ମାନେ ସାଦା ପୋଷାକରେ କାର୍ଯ୍ୟାଳୟ ପରିସରରେ ମୁତୟନ ରହିଥିଲେ ଓ ଲାଞ୍ଚ ଟଙ୍କା ସହ ଉଭୟ ଙ୍କୁ ଗିରଫ କରି ବ୍ରହ୍ମପୁର କୁ ନେଇଛନ୍ତି। ଶ୍ରୀ ମିଶ୍ର ଙ୍କ ପିତଳ ଘରେ ଓ ପଣ୍ଡା ଙ୍କ ଆସିକା ବାସ ଗୃହ ରେ ମଧ୍ୟ ଚଢାଉ ହୋଇଛି।

LEAVE A REPLY

Please enter your comment!
Please enter your name here