ଟୀକାକରଣ କେନ୍ଦ୍ର ନିକଟରେ ଗଞ୍ଜାମ ପୋଲିସ ର ଫାଇନ ଆଦାୟ କୁ ନେଇ ଅସନ୍ତୋଷ

0
48

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ସହରସ୍ଥିତ ଭାରତିବିଦ୍ୟାପୀଠ ରେ ୨୧ ତାରିଖରୁ ୧୮-୪୪ ଵର୍ଗ ବୟସର ବ୍ୟକ୍ତି ବିଶେଷ ଙ୍କ କୋଭିଡ ଟିକାକାରଣ ଚାଲିଛି।ଟୀକାକରଣ କେନ୍ଦ୍ର ସମ୍ମୁଖ ମୁଖ୍ୟ ରାସ୍ତାରେ ହିଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୋଭିଡ ଟିକା ନେବାକୁ ବାଇକରେ ଆସୁଥିବା ବ୍ୟକ୍ତି ମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଥିବା ନେଇ ଅଭିଯୋଗ ହେଉଛି।ସ୍ଥାନୀୟ ଅଞ୍ଚଳରେ ୧୮ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିମାନେ ପ୍ରଥମଥର ଟିକା ନେବାପାଇଁ ଆଗ୍ରହ ସହ ଟିକା ନେବାକୁ ଟୀକାକରଣ କେନ୍ଦ୍ରକୁ ଆସୁଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ଟୀକାକରଣ କେନ୍ଦ୍ର ବାହାରେ ଅଞ୍ଚଳବାସୀ ସେମାନଙ୍କ ସମ୍ପର୍କୀୟ ଙ୍କୁ ବାଇକ ରେ ନେଇ ଘରକୁ ଫେରୁଥିବା ବେଳେ ଟିକାନେବା ର ପ୍ରମାଣ ପତ୍ର ଦେଖାଇଥିଲେ ମଧ୍ୟ ୫ଶହ ଟଙ୍କା ପୋଲିସ ଫାଇନ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଟୀକାକରଣ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛି ସମୟ ବିଶ୍ରାମ ନେଇ ଘରକୁ ଯିବାପାଇଁ ସୂଚନା ରହିଥିବା ବେଳେ ଟୀକାକରଣ କେନ୍ଦ୍ରରେ ପ୍ରବଳ ଭିଡ ଜମୁଥିବା ଯୋଗୁଁ ଲୋକେ ବାଇକରେ ଘରେ ବିଶ୍ରାମ କରିବାକୁ ପସନ୍ଦ କରିଥାନ୍ତି।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବିକରିଛନ୍ତି।

LEAVE A REPLY

Please enter your comment!
Please enter your name here