ଚଳିତ ମାସ’ର ଆସନ୍ତା (ଜୁନ) ୨୭’ରୁ ରାଉରକେଲା-ଗୁଣୁପୁର କୋଭିଡ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ

0
125

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଷ କୁମାର ରାଜୁ) ;ଚଳିତ ମାସ’ର ଶେଷ ଆଡକୁ ଅର୍ଥାତ ଆସନ୍ତା ଜୁନ ୨୭ ତାରିଖ’ରୁ ସପ୍ତାହ’ରେ ୩ଦିନ ନୌପଡା-ଗୁଣୁପୁର ରେଳପଥ’ରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଗତ ୨୧ ତାରିଖ ଦିନ , ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ପ୍ରକାରେ ଜଣାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ , ସାରା ବିଶ୍ବ ତଥା ଭାରତ ବର୍ଷ’ରେ କରୋନା ମହାମାରୀ’ର ଭୟାବହତା’କୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାର’ଙ୍କ ପକ୍ଷରୁ ଗତ ୨୦୨୧’ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ବର୍ଷାଧିକ ସମୟ ଧରି ଲକଡାଉନ ଓ ସଟଡାଉନ ପ୍ରଭୃତି କରିବା ପାଇଁ ପ୍ରଶାସନ ବାଧ୍ୟ ହୋଇଥିଲେ । ଏହାଦ୍ୱାରା ପ୍ରଭାବିତ ହୋଇଥିବା ଉଭୟ ଜୀବନ-ଜୀବିକା’କୁ ନେଇ ବହୁଳ ଭାବେ ବିଭିନ୍ନ ସମୟ’ରେ ତର୍କ-ବିତର୍କ ହୋଇ ଭାରତ ତଥା ଓଡିଶା’ର ସମସ୍ତ ଅଞ୍ଚଳ’ରେ କରୋନା ସଂକ୍ରମଣ’ର ବୃଦ୍ଧି ଉପରେ ମୁକାବିଲା କରି ଏଥିରେ ରୋକ ଲଗାଇବା ପାଇଁ ବସ ଓ ଟ୍ରେନ ଚଳାଚଳ’କୁ ବନ୍ଦ କରାଯାଇଛି । ଏହା ହେବା ଦ୍ୱାରା ବହୁ ବ୍ୟକ୍ତି ବିଶେଷ ଗମନା ଗମନ’ର ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଗତ ୨୦୨୦ ମସିହା’ରେ ଜୁଲାଇ ମାସ ପର୍ଯ୍ୟନ୍ତ ସରକାର’ଙ୍କ ନିର୍ଦ୍ଦେଶ ପ୍ରକାରେ ବସ ଓ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପରେ କରୋନା’ର ପ୍ରାଦୁର୍ଭାବ କିଛିଟା କମିଯିବା ଫଳ’ରେ ସରକାର’ଙ୍କ ପକ୍ଷରୁ କୋଭିଡ ନିୟମ’ର ନିର୍ଦ୍ଦେଶାବଳୀ ପ୍ରକା’ରେ ବସ ଓ ଟ୍ରେନ ଚଳାଚଳ କରିଥିଲା ।
ଚଳିତବର୍ଷ ଦେଖା ଦେଇଥିବା କରୋନା ମହାମାରୀ’ର ଦ୍ଵିତୀୟ ଲହର’ରେ ମଇ ମାସ ୫ ତାରିଖ ଠାରୁ ମଇ-୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ଲକଡାଉନ , ପୁଣି ମଇ ମାସ ୨୦ ତାରିଖ’ରୁ ମଇ-୩୧ ତାରିଖ ପର୍ଯ୍ୟନ୍ତ ୨ୟ ଲକଡାଉନ ଓ ଜୁନ ମାସ ୧ ତାରିଖ’ରୁ ଜୁନ-୧୬ ତାରିଖ ପର୍ଯ୍ୟନ୍ତ ୩ୟ ଲକଡାଉନ ଏବଂ ଜୁନ-୧୭ ତାରିଖ ଠାରୁ ଜୁନ-୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଛି । ଏମିତିକି , ଏହାର ପ୍ରଥମ ଲକଡାଉନ ଅର୍ଥାତ ମଇ-୫ ତାରିଖ ଠାରୁ ସମସ୍ତ ବସ ଓ ଟ୍ରେନ ଚଳାଚଳ ବନ୍ଦ ରହିଛି ।
ଏହି ପରିପ୍ରେକ୍ଷୀ’ରେ ନୌପଡା-ଗୁଣୁପୁର ରେଳପଥ ଅନ୍ତର୍ଗତ ଗଜପତି ଜିଲ୍ଲା’ର ପାରଳାଖେମୁଣ୍ଡି ଓ କାଶୀନଗର ଦେଇ ସମୁଦାୟ ୪ ଯୋଡ଼ା ଟ୍ରେନ ଯଥା:- ରାଉରକେଲା-ଗୁଣୁପୁର , ପୁରୀ-ଗୁଣୁପୁର , ବିଶାଖାପାଟଣା-ଗୁଣୁପୁର ଓ ପଳାସା-ଗୁଣୁପୁର ଟ୍ରେନ ସବୁ ଚଳାଚଳ କରୁଥିଲା ।
ମହାମାରୀ କରୋନା’ର କୋଭିଡ଼ ଗାଇଡ଼ ଲାଇନ’କୁ ଦୃଷ୍ଟି’ରେ ରଖି ସେହି ପ୍ରକାରେ ରେଳ ବିଭାଗ ପକ୍ଷରୁ ପ୍ରଥମେ ଗୁଣୁପୁର-ବିଶାଖାପାଟଣା ଓ ପରେ ପୁରୀ-ଗୁଣୁପୁର ଟ୍ରେନ’କୁ ଚଳାଚଳ କରାଇଥିଲେ । କିନ୍ତୁ ରାଉରକେଲା-ଗୁଣୁପୁର ଏବଂ ପଲାସା-ଗୁଣୁପୁର ଦୁଇ ଟ୍ରେନ’ର ଚଳାଚଳ’କୁ ଗତ ବର୍ଷଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।
ପରେ ଅଞ୍ଚଳବାସୀ’ଙ୍କ ବାରମ୍ବାର ଟ୍ରେନ ଚଳାଚଳ କରାଯିବା’କୁ ଦାବୀ କରାଯିବା ଫଳରେ ବିଳମ୍ବ’ରେ ହେଲେ ମଧ୍ୟ ଚଳିତ ମାସ’ର ଆସନ୍ତା(ଜୁନ)୨୭ ତାରିଖ ଠାରୁ ଏହି ନୌପଡା-ଗୁଣୁପୁର ରେଳପଥ’ରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଗତ ୨୧ ତାରିଖ ଦିନ ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆସନ୍ତା ଜୁନ ୨୭ ତାରିଖ ଦିନ ଚଳାଚଳ କରିବାକୁ ଥିବା ଏହି ରାଉରକେଲା-ଗୁଣୁପୁର କୋଭିଡ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ’ର ସମସ୍ତ ଟିକଟ ଅନଲାଇନ’ରେ ହିଁ ମିଳିପାରିବ ।
ଏହି କୋଭିଡ ସ୍ପେସିଆଲ ଟ୍ରେନ ସପ୍ତାହ’କୁ ୩ ଦିନ ଅର୍ଥାତ ରାଉରକେଲା’ରୁ (୧)-ରବିବାର ରାତି ୯-୫୦ ଘଣ୍ଟା’ରେ ବାହାରି ଗୁଣୁପୁର’ରେ ସୋମବାର ମଧ୍ୟାହ୍ନ’ରେ (୨) ରାଉରକେଲା’ରୁ ମଙ୍ଗଳବାର ରାତି ୯-୫୦ ଘଣ୍ଟା’ରେ ବାହାରି ଗୁଣୁପୁର’ରେ ବୁଧବାର ମଧ୍ୟାହ୍ନ’ରେ ଏବଂ (୩)-ରାଉରକେଲା’ରୁ ଗୁରୁବାର ରାତି ୯-୫୦ ଘଣ୍ଟା’ରେ ବାହାରି ଗୁଣୁପୁର’ରେ ଶୁକ୍ରବାର ମଧ୍ୟାହ୍ନ’ରେ ପହଞ୍ଚିବ ।
ଏହି ଟ୍ରେନ ମୁଖ୍ୟତଃ ସପ୍ତାହ’କୁ ମାତ୍ର ୩ ଦିନ ଚଳାଚଳ କରିବାକୁ ଥିବା ବେଳେ ଏହା ୩ ଦିନ ଯାକ ରାଉରକେଲା’ରୁ ରାତି ୯-୫୦ ଘଣ୍ଟା ସମୟରେ ବାହାରି ତା ପରଦିନ ଅର୍ଥାତ ସୋମବାର ସକାଳ ୬’ଟା’ରେ ଭୁବନେଶ୍ୱର , ସକାଳ ୮-୩୦’ରେ ବ୍ରହ୍ମପୁର , ପୂର୍ବାହ୍ନ ୧୧-୫୦’ରେ ପାରଳାଖେମୁଣ୍ଡି ଏବଂ ମଧ୍ୟାହ୍ନ ୧୨-୫୫’ ରେ ଗୁଣୁପୁର ଠାରେ ପହଞ୍ଚିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାଯାଇଛି ।
କରୋନା ମହାମାରୀ ସମୟରେ ଏହି ନୌପଡା-ଗୁଣୁପୁର ରେଳପଥ’ରେ ଟ୍ରେନ ଚଳାଚଳ ବନ୍ଦ ଥିବା ବେଳେ ପୁଣି ଆସନ୍ତା ଏହି ଜୁନ-୨୭’ରେ ଏହି ରେଳପଥର ରାଉରକେଲା-ଗୁଣୁପୁର ଟ୍ରେନ ଚଳାଚଳ କରିବା ଦ୍ୱାରା ଗମନାଗମନ ବିହୀନ ଏହି ଓଡିଶା-ଆନ୍ଧ୍ର ସୀମାନ୍ତ ତଥା ଆଦିବାସୀ ବହୁଳ ଗଜପତି ଓ ରାୟଗଡା ଜିଲ୍ଲାବାସୀ କିଛି ମାତ୍ରା’ରେ ଏହାଦ୍ୱାରା ବେଶ ଉପକୃତ ହେବେ ବୋଲି ବିଭିନ୍ନ ମହଲ’ରେ ଏହାକୁ ସ୍ୱାଗତ କରାଯାଇଛି ।
ତତ ସହିତ ତୁରନ୍ତ ଏହି ନୌପଡା-ଗୁଣୁପୁର ରେଳପଥ’ରେ ବିଶାଖାପାଟଣା-ଗୁଣୁପୁର ଟ୍ରେନ ଚଳାଚଳ କରିବା ପାଇଁ ଏହି ଅଞ୍ଚଳ’ର ତେଲେଗୁ ଭାଷାଭାଷୀ ବ୍ୟକ୍ତି ବିଶେଷ ମାନେ ଦୃଢ଼ ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here