ତୃତୀୟ ଲହର ମୁକାବିଲା କରିବା ପାଇଁ ଜିଲ୍ଲାପ୍ରଶାସନର ଆଗୁଆ ପଦକ୍ଷେପ

ଦୋକାନୀ ମାନଙ୍କୁ ଦୋକାନ ସମ୍ମୁଖରେ କୋଭିଡ-୧୯ ଟିକା ସାଟିଫିକେଟ୍ ଟଙ୍ଗାଇବାକୁ ଅନୁରୋଧ କଲେ ଜିଲ୍ଲାପାଳ

0
22

ଛତ୍ରପୁର (ଓବି ନ୍ୟୁଜ) ; କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ମୁକାବିଲା ରେ ସଫଳ ହୋଇ ପାରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ କରୋନା ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଗତକାଲି ଠାରୁ ଜିଲ୍ଲାରେ କ୍ୟାମ୍ପେନ୍ ମୋଡରେ ଆରମ୍ଭ ହୋଇଛି ଟୀକାକରଣ । ଏହାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଜିଲ୍ଲାରେ ଥିବା ସମସ୍ତ ଦୋକାନୀମାନେ ନେଇଥିବା ସିଙ୍ଗଲ ଡୋଜ କିମ୍ବା ଡବଲ ଡୋଜ ଟିକାର ପ୍ରମାଣପତ୍ର ନିଜ ନିଜ ଦୋକାନ ସାମ୍ନାରେ ଲାଗଇବାକୁ ଗଞ୍ଜାମ ଜିଲ୍ଲପାଳ ଜିଲ୍ଲାର ସମସ୍ତ ଦୋକାନୀ ମାନଙ୍କୁ ଅନୁରୋଧ କରିଛନ୍ତି । ସମ୍ଭାବ୍ୟ କରୋନାର ତୃତୀୟ ଲହର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି ହୋଇ ରହିଛି ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ କରୋନାର ତୃତୀୟ ଲହର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳରେ ଥିବା ଦୋକାନୀ ମାନଙ୍କ ଟିକାକରଣ କୁ ବାଧ୍ୟତାମୁଳକ କରାଯାଇଛି । । ଦୋକାନୀ ମାନେ ଟିକା ନେବା ଦ୍ୱାରା ଦୋକାନକୁ ଆସୁଥିବା ଗ୍ରାହକ ମାନେ ସଂକ୍ରମଣ ହେବେ ନାହିଁ ଓ ଦୋକାନ ସମ୍ମୁଖରେ ଟିକା ପ୍ରମାଣପତ୍ର ଲଗାଯିବା ଦ୍ୱାରା ଦୋକାନକୁ ଆସୁଥିବା ଲୋକଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି ହେବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ସମ୍ଭାବ୍ୟ କରୋନାର ତୃତୀୟ ଲହରକୁ ସଫଳ ଭାବେ ମୁକାବିଲା କରିବା ପାଇଁ ଜିଲ୍ଲାର ସମସ୍ତ ଗ୍ରାମାଂଚଳ ଓ ସଦହରାଂଚଳରେ ଥିବା ଦୋକାନୀ ମାନଙ୍କ ଟିକାକରଣ ନିହାତି ଆବଶ୍ୟକ । ଆସନ୍ତା ଜୁଲାଇ ୧ ତାରିଖ ଠାରୁ ଦୋକାନୀ ମାନେ ପଂଚସୁତ୍ରୀ ନିୟମ ପାଳନ କରୁଛନ୍ତି କି ନାହିଁ ଓ ନେଇଥିବା ଟିକା ର ପ୍ରମାଣପତ୍ର ଲଗାଇଛନ୍ତି କି ନାହିଁ ତାହାକୁ ଏନଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରିବେ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି । ଗତକାଲି ତଥା ଜୁନ ୨୧ ତାରିଖ ଦିନରେ ୩୨୭୩୯ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି । ଯାହା କି, ଟୀକାକରଣ ଡ୍ରାଇଭରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here