ଘରବାରି ପଟ୍ଟା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ଗୁହାରି କଲେ ପଳାସି ଗ୍ରାମର ଗ୍ରାମବାସୀ

0
15

ଛତ୍ରପୁର (ଓବି ନ୍ୟୁଜ) ; ଘରବାରି ପଟ୍ଟା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ହିଞ୍ଜିଳିକାଟୁ ବ୍ଲକ ର ପଳାସି ଗାଁର ଗ୍ରାମବାସୀ ମାନେ । ପଳାସି ଗ୍ରାମରେ ଗ୍ରାମକଣ୍ଠ ଜମିିରେ ସେମାନେ ବସବାସ କରି ଆସୁଛନ୍ତି । ସେମାନଙ୍କୁ ଘରବାରି ପଟ୍ଟା ପ୍ରଦାନ କରିବା ନିମନ୍ତେ ବାରମ୍ବାର ଗୁହାରୀ କରିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ । ତେଣୁ ସେମାନେ ଓ ସେମାନଙ୍କ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ମଙ୍ଗଳବାର ଗ୍ରାମବାସୀ ମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହାସହ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସି । ପଳାସି ଗାଁର ଗ୍ରାମବାସୀ ମାନେ ଆଜକୁ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଗ୍ରାମକଣ୍ଠ ଜମିରେ ବସବାସ କରିଆସୁଛନ୍ତି । କିନ୍ତୁ ଗତ ସେଟଲମେଣ୍ଟ ସମୟରେ ପ୍ରତ୍ୟେକ ଗ୍ରାମକଣ୍ଠ ଜମି ଗୋଟିଏ ପ୍ଲଟରେ ଅନ୍ତର୍ଭୁକ୍ତ ହୋଇଛି ଏବଂ କାହାର ନାମ ମନ୍ତବ୍ୟରେ ଲେଖାଯାଇନାହିଁ । ୨୦୧୯-୨୦ ରେ ଘରବାରି ପଟ୍ଟା ନିମନ୍ତେ ସେମାନେ ଆବେଦନ କରିଥିଲେ ବି ମନ୍ତବ୍ୟ କଲମରେ ସେମାନଙ୍କ ନାମ ନଥିବାରୁ ତାହା ଗ୍ରହଣ ଯୋଗ୍ୟ ହୋଇନଥିବାରୁ ତାହାକୁ ଖାରଜ କରାଯାଇଛି । ଏଣୁ ଏହି ଜମିରୁ ଗ୍ରାମକଣ୍ଠକୁ ଉଚ୍ଛେଦ କରି ଗ୍ରାମବାସୀଙ୍କ ନିଜସ୍ୱ ନାମରେ ଘରବାରି ପଟ୍ଟା କରାଇବା ପାଇଁ ଗ୍ରାମବାସୀ ମାନେ ଏହି ସ୍ମାରକ ପତ୍ର ରେ ଦର୍ଶାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସମାଜସେବୀ ରାଜେଶ କୁମାର ସାହୁ, ବିଶ୍ୱନାଥ ଗୈାଡ, ତ୍ରିଲୋଚନ ସେଠୀ , ଅଭିମନ୍ୟୁ ସାହୁ, ରମେଶ ସେଠୀ, ଶ୍ରୀକାନ୍ତ ପାଣିଗ୍ରାହୀ , ଆନନ୍ଦ ଦାସଙ୍କ ସମେତ ପଳାସି ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here