କବିସୂର୍ଯ୍ୟନଗର ଓ କୋଦଳା ଏନ୍‌ଏସିରେ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ

ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଧାୟିକାଙ୍କ ଆଲୋଚନା

0
17

ଛତ୍ରପୁର (ଓବି ନ୍ୟୁଜ) ; ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଓ କୋଦଳା ଏନ୍‌ଏସି ପରିସରରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । କବିସୂର୍ଯ୍ୟନଗର ଓ କୋଦଳା ଏନ୍‌ଏସି ଅଞ୍ଚଳରେ ଜାତୀୟ ସ୍ତରରେ କ୍ରୀଡା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ଖେଳାଳି ଅଛନ୍ତି । ଏଠାରେ ଉତ୍ତମ ଖେଳପଡିଆର ଅଭାବ ରହିଥିବା ଯୋଗୁଁ ସେମାନଙ୍କ ଭିତରେ ପ୍ରତିଭା ଲୁକାୟତ ଅବସ୍ଥାରେ ରହିଛି । ଏଭଳି ଜାତୀୟ ସ୍ତରର ଖେଳାଳିମାନଙ୍କୁ ନେଇ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଗର୍ବ ଗୌରବ ଅନୁଭବ କରୁଛି । ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ କବିସୂର୍ଯ୍ୟନଗର ଅଂଚଳରେ ଉତ୍ତମ ଖେଳପଡିଆର ନିହାତି ଆବଶ୍ୟକ ରହିଛି । ନଚେତ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଧୀରେ ଧୀରେ ସ୍ଥାଣୁ ପାଲଟିଯିବାର ସମ୍ଭାବନା ରହିଛି । ଜାତୀୟସ୍ତରର ଖେଳାଳିମାନଙ୍କ ସହ ଏହି ଅଞ୍ଚଳରେ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିବା ସେମାନଙ୍କ ପ୍ରତିଭାକୁ ଜୀବିତ ରଖିବା ଲାଗି କବିସୂର୍ଯ୍ୟନଗର ଓ କୋଦଳା ଏନ୍‌ଏସିରେ ଆଧୁନିକ ଧରଣର ଖେଳପଡିଆ ତଥା ଇଣ୍ଡୋର ଷ୍ଟାଡିୟମ ଜରୁରୀ ରହିଛି । ଏଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦୁଇ ଏନ୍‌ଏସିର ଖେଳାଳିମାନଙ୍କ ସହ ବିଧାୟିକା ଆଜି ମୁଖ୍ୟମନ୍ତ୍ରୀଙ୍କ ଠାରେ ପ୍ରସ୍ତାବ ଆଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here