ମଙ୍ଗୁଳିରୁ ପୁଣି ୬୦କେଜିରୁ ଅଧିକ ଗଞ୍ଜେଇ ଜବତ

0
71

ଚୌଦ୍ୱାର (ଓବି ନ୍ୟୁଜ) (ନବୀନ ରାଓ) ; ଚୌଦ୍ୱାର ସହରରେ ବଢୁଛି ଅପରାଧିକ କାର୍ଯ୍ୟକାଳପ । ଖୁଲମଖୁଲା ଚାଲିଛି ଗଞ୍ଜେଇ ବେପାର । ମଙ୍ଗୁଳିରୁ ପୁଣି ୬୦କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି ଫ୍ଲାଇଂ ସ୍କ୍ବାର୍ଡ । ଏହା ସହିତ ଦୁଇ ଜଣ ବେପାରୀଙ୍କୁ ଧରିବାରେ ସଫଳ ହେଇଛି ଅବକାରୀ ସ୍କ୍ବାର୍ଡ । ସୂଚନାଅନୁସାରେ, ଫୁଲବାଣୀରୁ ଯାଜପୁରକୁ ଏକ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମଙ୍ଗୁଳି ଛକ ନିକଟରେ ପୋଲିସ ପାଟ୍ରୋଲିଂ ସମୟରେ ଗାଡିଟିକୁ ଅଟକାଇଥିଲେ । ଅବକାରୀ ସ୍କ୍ବାର୍ଡ ଗାଡିକୁ ଅଟକାଇବା ସହିତ ସେଥିରୁ ୬୦କେଜିର ଗଞ୍ଜେଇ ଜବତ କରିଛି । ଏହା ସହିତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ବେପାରୀ ହେଲେ ଶିବରାମ ମଲ୍ଲିକ ଏବଂ ରତ୍ନାକର କହ୍ନର ।ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କହିଛି ଅବକାରୀ ବିଭାଗ । ତେବେ ଏଇ ବେପାର ର ଚେର କେଉଁ ଯାଏଁ ଲମ୍ବିଛି ଓ କାହାର ହାତ ଅଛି ତାର ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

LEAVE A REPLY

Please enter your comment!
Please enter your name here