ବିଳମ୍ବ ହୋଇପାରେ ପଂଚାୟତ ନିର୍ବାଚନ : ତଥାପି ଏବେ ଠୁ ହେଲାଣି ବେଶ୍ ଚର୍ଚା

0
25

ସୋନପୁର (ଓବି ନ୍ୟୁଜ) (ସୁଶାନ୍ତ ସାହୁ) ; ରାଜ୍ୟରେ ବିଳମ୍ବିତ ହୋଇପାରେ ପଂଚାୟତ ନିର୍ବାଚନ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଂଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ । ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା । କିନ୍ତୁ ଏହି କାର୍ଯ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ସେ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏର୍ପ୍ୟନ୍ତ ଏହି କାର୍ଯ୍ୟ ଶେଷ ହୋଇନାହିଁ । ତାହା ସତ୍ୱେ ବି ଅନ୍ୟ ପକ୍ଷେ ଏହାକୁ ନେଇ ସୋନପୁର ରେ ଅଗାମି ନିର୍ବାଚନ ପାଇଁ  ରଣନିତି ଓ ଚା ଦୋକାନ ରେ ଚର୍ଚା ରେ ବେଶ ଜମୁଛି । କିଏ କେଉଁଠି ଛିଡା ହେବେ ଓ କେଉଁ ପଚଂୟତ ରେ ଜନ ସାଧାରଣ କାହା ସପକ୍ଷ ରେ ଜିବେ ଏହା କୁ ନେଇ ଚର୍ଚା ବେଶ ଯୋର ଧରୁଛି । ଏହା ସହ ସୋନପୁର ଜିଲ୍ଲା ରେ କେଉଁ ପଚଂୟତ ରେ କେଉଁ ସିଟ ସଂରକ୍ଷଣ ରହିବ ଓ କାହା ବିପକ୍ଷ ରେ କିଏ  ରହିବେ ତାହା ଏବେ ଚାଏ ପେ ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟି ଥିବା ଦେଖା ଯାଇଛି । ସୁଚନା ମତେ ଗତ ମାର୍ଚ୍ଚ ୧୦ରେ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏପ୍ରିଲ ୩୦ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ କୁହାଯାଇଥିଲା । ତାପୂର୍ବରୁ ଜାନୁଆରୀ ମାସରେ ବି କମିଶନଙ୍କ ପକ୍ଷରୁ ସମାନ ପ୍ରସଙ୍ଗରେ ପତ୍ର ଲେଖାଯାଇଥିଲା ।ଏହା ସତ୍ୱେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସରିନଥିବାରୁ ନିର୍ବାଚନ ଯଥା ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here