ଖଲିକୋଟ (ଓବି ନ୍ୟୁଜ)(ବିଭୂତି ଭୂଷଣ ତ୍ରିପାଠୀ): ବହୁଚର୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଏହାର ଶୁଣାଣି କରିଛନ୍ତି ଖଲିକୋଟ ଏଡିଜେ କୋର୍ଟ ମାନ୍ୟବର ବିଚାରପତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତି କରି ବଡ଼ଧରଣର ରାୟ ପ୍ରକାଶ ଦେଇଛନ୍ତି । ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ଘଟଣାକୁ ଆଜି ଠିକ ପାଂଚ ବର୍ଷ ଗୋଟିଏ ମାସ ହୋଇଛି । ୨୦୧୪ ମେ ମାସ ୨୭ରେ ତରୁଣଙ୍କୁ ହତ୍ୟା କରାଯାଇଥିଲା । ୪୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ ହୋଇଛି । ଜୁନ ୬ରେ ରାୟ ପ୍ରକାଶ ପାଇବାର ଥିଲା ହେଲେ ଅନ୍ୟ କିଛି ପିଟିସନ ଦାଖଲ ପରେ ତର ଶୁଣାଣି ହୋଇ ଏହା ୨୭ ଜୁନ ପାଇଁ ଧାର୍ଯ୍ୟ ହୋଇଛି । ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ଘଟଣାକୁ ଆଜିକୁ ଠିକ୍ ୫ବର୍ଷ ଗୋଟିଏ ମାସ ହୋଇଛି । ତେବେ ୨୦୧୪ ମେ ମାସ ୨୭ରେ ତରୁଣଙ୍କ ହତ୍ୟା ହୋଇଥିଲା । ୪୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ ହୋଇଛି । ଜୁନ୍ ୬ରେ ରାୟ ପ୍ରକାଶ ପାଇବାର ଥିଲା ହେଲେ ଅନ୍ୟ କିଛି ପିଟିସନ ଦାଖଲ ପରେ ତାର ଶୁଣାଣି ହୋଇ ଏହା ୨୭ ଜୁନ ପାଇଁ ଧାର୍ଯ୍ୟ ହୋଇଛି । ଏହି ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ଘଟଣା ମୁଖ୍ୟ ଅଭିଯୁକ୍ତ ତଥା କୋଟିପତି କାଜୁ ବ୍ୟବସାୟୀ ଶ୍ୟାମ ସୁନ୍ଦର ପୃଷ୍ଟି ମାଷ୍ଟିର ମାଇଣ୍ଡ୍ ବୋଲି କ୍ରାଇମ ବ୍ରାଂଚ ଅଭିହିତ କରିଛି । ଘଟଣା ପର ଠାରୁ ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ସମେତ ୫ଜଣ ଜେଲରେ ଅଛନ୍ତି । ଅନ୍ୟ ଅଭିଯୁକ୍ତ ବୁଡ଼ୁ ପଣ୍ଡା ବର୍ତମାନ ପର୍ଯ୍ୟନ୍ତ ଫେରାର ଅଛି । ବହୁ ଚର୍ଚ୍ଚିତ ଯୁବ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ଆଜି ଶୁଣାଣି କରିଛନ୍ତି ଖଲିକୋଟ ଏସଡ଼ିଜେ କୋର୍ଟର ମାନ୍ୟବର ବିଚାରପତି ରାୟ ଶୁଣାଣିଛନ୍ତି । ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖଲିକୋଟ ଅଂଚଳବାସୀ ଓ ବିଭିନ୍ନ ସାମ୍ବାଦିକ ଏହି ରାୟକୁ ସ୍ୱାଗତ ଜଣାଇଛନ୍ତି ।