ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବିନା ଭକ୍ତରେ ଚାଲିଛି ନୀତିକାନ୍ତି

0
18

ପୁରୀ (ଓବି ନ୍ୟୁଜ) (କେ.ଶିବକ୍ରିଷ୍ଣା) ; ଆଜି ଦେବସ୍ନାନପୂର୍ଣ୍ଣିମା ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ସ୍ନାନ ନୀତି ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏହାପରେ ଗଜବେଶରେ ଦର୍ଶନ ଦେବେ ବଡ଼ ଠାକୁର । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରୁନାହାନ୍ତି ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ଜଣାଇ ଦେଇଛନ୍ତି ଗଜପତି । ମଧ୍ୟରାତିରୁ ସ୍ନାନଯାତ୍ରା ପାଇଁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ । ହାତୀବେଶ ୧୧ଟା ସୁଦ୍ଧା କରିବାକୁ ନିଷ୍ପତି ନିଆଯାଇଛି । ବେଶ ଓଲାଗି ଓ ବାହୁଡ଼ା ପହଣ୍ଡି ଅପରାହ୍ନ ୪ଟାରୁ ଅପରାହ୍ନ ୫ଟା ମଧ୍ୟରେ ହେବ । ଏହା ପରେ ଅଣସର ପିଣ୍ଡିରେ ନୀତି ଆରମ୍ଭ କରାଯିବ । କୋଭିଡ କଟକଣା ଯୋଗୁଁ ସେବାୟତଙ୍କୁ ମାସ୍କ ଓ ସାନିଟାଇଜର ଦିଆଯିବା ସହ କେବଳ ସ୍ନାନଯାତ୍ରା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯାଇଛି । ଭକ୍ତମାନେ ଦୂରରେ ଥାଇ ଜଗାର ଦର୍ଶନ କରି… କାଳିଆରେ ତୋତେ ଥରେ ଚାହିଁଦେଲେ…ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । ଆଜି ବି ଭକ୍ତ ଆସିନି ବୋଲି ଜଗା ଆଖିରେ ଲୁହ ସ୍ନାନବେଦୀରେ ସୁବାସିତ ଜଳରେ ଗାଧୋଇଲା ବେଳେ ଚକାଆଖିରୁ ଝରି ପଡିଲା ଅଶ୍ରୁ । ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିଛି।

LEAVE A REPLY

Please enter your comment!
Please enter your name here