ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

0
181

ହିଞ୍ଜିଳିକାଟୁ (ଓବି ନ୍ୟୁଜ) (ପବିତ୍ର କୁମାର ପାତ୍ର) : ହିଞ୍ଜିଳିକାଟୁ ପୌରାଞ୍ଚଳ ଶ୍ରୀକ୍ଷେତ୍ର ମାର୍ଗ-୨ ଲାଇନ ଏକ ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ମହିଳା ଜଣକ ଆର.ତିରୁପତି ଦୋରାଙ୍କ ପତ୍ନୀ ଆର ରାଣୀ ଦୋରା ବୋଲି ଜଣାପଡିଛି । ମହିଳାଙ୍କ ଶରୀର ଅଧିକାଂଶ ସ୍ଥାନ ପୋଡ଼ିଥିବା ବେଳେ ଏହା ହତ୍ୟା କି ଆତ୍ମାହତ୍ୟା ତାହା ସ୍ପଷ୍ଟ ଭାବରେ ଜଣାପଡିନାହିଁ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଥାନାରେ ସ୍ଵାମୀକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here