ପାଞ୍ଚ ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବ କିଏ

0
77

ଗୁମ୍ମା (ଓବି ନ୍ୟୁଜ) (ପ୍ରବୀଣ କୁମାର ଲିମା) : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ପାଞ୍ଚଟି ପଞ୍ଚାୟତ ଯଥା ବୃଷଭ, ପରିଡ଼ା,ଉଖୁରା,ବାଇଝାଲ ଓ ଗାଇବା ଠାରୁ ପାରଳାଖେମୁଣ୍ଡି କୁ ଯିବା ମୁଖ୍ୟ ରାସ୍ତା ଏପରି ଏକ ବିପଦଜନକ ରାସ୍ତା ପାଲଟିଛି ତାହା କହିଲେ ନ ସରେ, କାରଣ ଏହି ରାସ୍ତାରେ ମଟର ସାଇକେଲ ବହୁତ କଷ୍ଟରେ ଯିବା ଆସିବା କରୁଛି । ଆଉ ବଡ଼ ଗାଡ଼ିର କଥା ନ କହିଲେ ଭଲ । ବର୍ଷା ଦିନରେ ଏହି ଖାଲ ଜମା ରାସ୍ତାରେ ପାଣି ଭରି ହୋଇ ରହୁଛି ଯଦ୍ଵାରା ଯିବା ଆସିବାରେ ବହୁତ ବାଧା ସୃଷ୍ଟି କରୁଛି , ଦୁର୍ଘଟଣାର ବହୁତ ସମ୍ଭାବନା ରହୁଛି । ଏହି ରାସ୍ତା ଦେଇ ରୋଗୀମାନଙ୍କୁ ବା ଗର୍ଭବତୀ ମହିଳାମାନଙ୍କୁ ସଦରମହକୁମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଭାରି କଷ୍ଟ ସହିବାକୁ ପଡୁଛି । ପ୍ରଶାସନ ଯଦି ଏହି କାର୍ଯ୍ୟ ଉପରେ ଦୃଷ୍ଟି ଗୋଚର ରଖିବେ ତେବେ ପାଞ୍ଚଟି ପଞ୍ଚାୟତ ବାସୀ ବହୁତ ଉପକୃତ ହେବେ କାରଣ ଦୀର୍ଘ ୨୦ ବର୍ଷ ଧରି ଏହିଭଳି ରାସ୍ତା ଦେଇ ପାଞ୍ଚୋଟି ପଞ୍ଚାୟତ ବାସୀ ଗମନା ଗମନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here