ଦିନିକିଆ ଗଞ୍ଜାମ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୋଠାର ଶୁଭ ଉଦଘାଟନ ସହ ଡିଭାଇନ ହୋମ ଏବଂ ଚିଦାନନ୍ଦ ହୋମର ଶୁଭ ଉଦଘାଟନ

0
85


ବ୍ରହ୍ମପୁର (ଓବି ନ୍ୟୁଜ): ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଫେରି ଯାଇଛନ୍ତି । ପୂର୍ବାହ୍ନ ୧୧ଟାରେ ପ୍ରଥମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆସି କେତୋଟି ନୂତନ କୋଠାର ଶୁଭ ଉଦଘାଟନ କରିବା ସହ ଆଉ କେତେକ ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ । ଏହି ଅବସରରେ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହା ପରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଠାରେ ଚିଦାନନ୍ଦ ଦିବ୍ୟ ଧାମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ସନ୍ଥ ନିବାସ, ଡିଭାଇନ ହୋମ ଓ ଚିଦାନନ୍ଦ ହୋମର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ସୁବାସ ବେହେରା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ଆଶ୍ରମର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here