ସାନକାଇଁଚପୁର ଗ୍ରାମ ମୁଖ୍ୟରାସ୍ତାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନି

0
23

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ କାଇଁଚପୁର ଗ୍ରାମର ମୁଖ୍ୟରାସ୍ତାରୁ ବର୍ଷାଜଳ ମୁଖ୍ୟରାସ୍ତାରେ ଜମିରହିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଯିବା ଆସିବା କ୍ଷେତ୍ରରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ କରାଯାଉଛି।ପ୍ରତିବର୍ଷ ବର୍ଷା ଦିନ ମାନଙ୍କରେ ଗ୍ରାମର ଦକ୍ଷିଣ ପାର୍ଶ୍ୱରେ କିଛି କିଛି ସ୍ଥାନରରେ ବର୍ଷାଜଳ ଜମିରହି କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସେଠାରେ ପାଣି ଲହଡି ମାରୁଥିବା ପରିଲକ୍ଷିତ ହେଉଛି।ବିଶେଷ ଭାବେ ବରିଷ୍ଟ ନାଗରିକ ଓ ଶିଶୁ ମାନଙ୍କ ପାଇଁ ଯିବା ଆସିବା କ୍ଷେତ୍ରରେ ବିପଦ ରହୁଥିବା ଲକ୍ଷ କାରାଯାଇଚିଛି।ଯାହାକୁ ନେଇ ସେଠାରେ ଦୀର୍ଘ ସ୍ଥାୟୀ ସମାଧାନ ନିମନ୍ତେ ପକ୍କାରାସ୍ତା ନିର୍ମାଣ କରି ବାର୍ଷାଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ପଞ୍ଚାୟତ ପ୍ରଶାସନ କୁ ସହଯୋଗ କରିବା କୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here