ଶତାୟୁ ଶିକ୍ଷାନୁଷ୍ଠାନ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପ୍ରତି ସରକାରୀ ଅବହେଳା

0
81

ଖଲିକୋଟ (ଓବି ନ୍ୟୁଜ)(ବିଭୁତି ଭୂଷଣ ତ୍ରିପାଠୀ): ଗଂଜାମ ଜିଲ୍ଲା ରେ ଉଚ୍ଚ ବିଦ୍ୟାଳୟ ଗୁଡିକ ର ବିକାଶ ପାଇଁ ଜିଲ୍ଲାପାଳ ସ୍ମାର୍ଟ କ୍ଲାସ ବ୍ୟବସ୍ତା ଆରମ୍ଭ କରିଥିବା ବେଳେ ଖଲ୍ଲିକୋଟ ବ୍ଲକ ରେ ୧୦ ଗୋଟି ପଂଚାୟତ ରେ ସ୍ମାର୍ଟ କ୍ଲାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ବ୍ଲକ ର kairasi ଠାରେ ଏକ ପୂର୍ଣ୍ଣାଙ୍ଗ ସ୍ମାର୍ଟ କ୍ଲାସ ର ନିର୍ମାଣ ଶେଷ ହୋଇ ଥିବା ଜଣା ପଡିଛି । ତେବେ ବ୍ଲକ ରେ ଥିବା ୩୪ ଗୋଟି ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟ ର ଭିତିଭୂମି ବିକାଶ ପ୍ରତି ଧ୍ୟାନ ଦିଆଯାଇ ନାହିଁ । ସ୍ଥାନୀୟ ବିଧାୟିକା ଙ୍କ ସୁପାରିଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ଏକ ସ୍ୱତନ୍ତ୍ର ଅନୁଦାନ ରାଶି ରୁ ବ୍ଲକ ର ଖୋଜାପଲ୍ଲୀ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ୪୫ ଲକ୍ଷ ଓ ଶ|ବୁଲିଆ ଠାରେ ଥିବା ଆଦର୍ଶ ବିଦ୍ୟାଳୟ କୁ ୪୫ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇ ସୌନ୍ଦର୍ଯ୍ୟ କରଣ. ସମେତ ପିଲା ମାନଙ୍କୁ ବିଦ୍ୟାଳୟ କୁ ଆକୃଷ୍ଟ କରିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ସମେତ ଭିତିଭୂମି ବିକାଶ ପ୍ରତି ଧ୍ୟାନ ଦିଆଯାଇଛି । ସେହିପରି ଚିକିଲି ପଂଚାୟତ ରେ ଥିବା ଗୋପପୁର ଉଚ୍ଚ ବିଦ୍ୟାଳୟ ଭିତିଭୂମି ବିକାଶ ପାଇଁ ମଧ୍ୟ ଅନୁଦାନ ଦିଆଯାଇଥିବା ଜଣାପଡିଛି । ବ୍ଲକ୍ରେ ଥିବା ଡ଼ିମିରିଆ ଠାରେ ଥିବା ଦୁଇ ଗୋଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ,ବିରିପୁର ଓ ଝ|ଡ଼େଶ୍ୱର gurunthi ଓ balantara ବାଳିକା ବିଦ୍ୟାଳୟ ଭଳି ଛୋଟ ଛୋଟ ଉଚ୍ଚ ବିଦ୍ୟାଳୟ ସମେତ କେଶପୁର ରେଳବାଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୁଡିକ ଭିତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉନଥିବା ବେଳେ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମରୁଡି ଏକ ସମସ୍ୟା ଭାବେ ଠିଆ ହୋଇଥିବା ବେଳେ ଗତ ଦୁଇ ବର୍ଷ ଧରି ବିଦ୍ୟାଳୟ ଗୁଡିକ ବନ୍ଦ ରହିବା ଓ online ମାଧ୍ୟମରେ ପାଠପଢା ଚାଲିବା ଓ ପରୀକ୍ଷା ବାତିଲ ହୋଇ ବିନା ପରୀକ୍ଷା ରେ ପାସ ହେବା ପରେ ଅଭିଭାବକ ମାନଙ୍କ ଚାପ କମି ଯାଇଛି । ତେବେ ଗତ ବର୍ଷ ୨୬୦୦ ପିଲା ମାଟ୍ରିକ ପାସ କରିଛନ୍ତି । ସର୍ବୋପରି ଖଲ୍ଲିକୋଟ ସହର ର କେନ୍ଦ୍ର ସ୍ଥଳ ରେ ଥିବା ଶତାୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଦୀର୍ଘ ଦିନ ଧରି ସରକାରୀ ଅବହେଳା ର ଶିକାର ହୋଇ ଆସୁଥିବା ବେଳେ କେତକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠି ବେସରକାରୀ ବିଦ୍ୟାଳୟ ମାନଙ୍କ ଚାପ ରେ ନଷ୍ଟ ହେବାକୁ ବସିଲାଣି । ଦୀର୍ଘ ୩ ବର୍ଷ ଧରି କୌଣସି ପ୍ରଧାନ ଶିକ୍ଷକ ନଥିବା ବେଳେ କେବଳ ଭାରପ୍ରାପ୍ତରେ କାମ ଚାଳିଛି । ଇତି ମଧ୍ୟରେ ଜଣେ ଭ|ରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅବସର ନେଇଛନ୍ତି ଯା ଫଳରେ ଉକ୍ତ ବିଦ୍ୟ|ଳୟରେ ଜଣେ କଳା ସ୍ନ|ତକ ଓ ଜଣେ ଗଣିତ ଶିକ୍ଷକ ଓ ହିନ୍ଦୀ ଶିକ୍ଷକ ଓ ଗୋଟଏ ଚିତ୍ର ଶିକ୍ଷକ ପଦବୀ ଖାଲି ପଡିଛି । ସେହିପରି କମ୍ପୁଟର ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ସରକାର ଏହି ସରକାରୀ ବିଦ୍ୟାଳୟ ପ୍ରତି ଧ୍ୟାନ ଦେଉ ନଥିବାରୁ ବିଦ୍ୟାଳୟ ଭିତି ଭୂମି ବିଗିଡ଼ିବା ନେଇ ଅଭିଭାବକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ 1917 ମସିହା ରେ ତତ୍କାଳୀନ ରାଜବାହାଦୁର ପ୍ରତିଷ୍ଠା କରିଥିବା ବେଳେ ସ୍ଥାନୀୟ ରାଜନେତା ମାନଙ୍କ ଇଛାଶକ୍ତି ଅଭାବ ଓ ଶିକ୍ଷା ବିଭାଗ ର ଅଧିକାରୀ ମାନଙ୍କ ମନ୍ମ|ନୀ ଓ ସ୍ୱେଚ୍ଛାଚାରୀ ମନୋଭାବ କାରଣରୁ ୫୭ ବର୍ଷ ର ପୁରାତନ ଛାତ୍ରାବାସ କୁ ମରାମତି କରି ଉପଯୁକ୍ତ ଶୈକ୍ଷିକ ବ|ତ|ବରଣ ସୃଷ୍ଟି ନ କଲେ ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ଅ|ନ୍ଦୋଳନ ର ପନ୍ଥା ଆପଣେଇବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here