ବହୁମୁଖୀ ବାତ୍ୟାଆଶ୍ରୟସ୍ଥଳୀର ସୁରକ୍ଷା ନେଇ ଜିଲ୍ଲାପ୍ରଶାସନ ନିକଟରେ ଫେରାଦ

0
56

ଗଞ୍ଜାମ(ଓବି ନ୍ୟୁଜ):ଗଞ୍ଜାମ ବ୍ଲକ ରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ସୁପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସମ୍ପାଦକ ମାନେ ଗଂଜାମ ଜିଲ୍ଲାପାଳଙ୍କୁ ଗଞ୍ଜାମ ବ୍ଲକ ବିଡ଼ିଓଙ୍କ ଜରିଆରେ ଜଣାଇଛନ୍ତି। ଆଗାମି ଦିନରେ ଏହି ସମସ୍ୟା ପ୍ରତି ଦୃଷ୍ଟିଦେଇ ଏହାର ସମାଧାନ ପଦକ୍ଷେପ ଗ୍ରହଣ ପାଇଁ ଲିଖିତ ଭାବେ ଜଣାଇଛନ୍ତି। ସୂଚନା ଯୋଗ୍ୟରେ ଗଂଜାମ ବ୍ଲକ ରେ ରହିଥିବା ମୋଟ ୨୯ ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ର ସୁରକ୍ଷା ପାଇଁ ରାତ୍ର ଜଗୁଆଳି ବ୍ୟବସ୍ଥା। ଚୋରି ହୋଇଥିବା ବାତ୍ୟା ଆଶ୍ରୟସ୍ଥଳ ର ବିଭିନ୍ନ ସାମଗ୍ରୀର ପୁନଃରୂଦ୍ଧାର କରାଯାଉ। ବାତ୍ୟାଆଶ୍ରୟସ୍ଥଳ ର ଯନ୍ତ୍ରପାତି ଗୁଡିକର ନିୟମିତ ରକ୍ଷଣାବେକ୍ଷଣ ନିମନ୍ତେ ଆନୁସାଙ୍ଗିକ ସହାୟୟତା ବ୍ୟବସ୍ଥା। ପରିଚାଳନା ସମିତି ବିନା ଅବଗତିରେ ଗ୍ରାମ୍ୟ କଣ୍ଟ୍ରାକ୍ଟର ଦ୍ୱାରା କରାଯାଇଥିବା କାର୍ଯ୍ୟ ସନ୍ତୋଷ ଜନକ ନୁହେଁ ତାହାର ତଦନ୍ତ କାରାଯାଉ।
ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳୀ ଗୁଡିକର ସୁପରିଚାଳନା ନିମନ୍ତେ ସମ୍ପାଦକ ମାନଙ୍କୁ ଜୀବନବୀମା ତଥା ଅନ୍ୟାନ୍ୟ ସମାସ୍ୟାର ସମାଧାନ ପାଇଁ ଜଣାଇଛନ୍ତି। ସଂଘର ସଭାପତି ସତ୍ୟନାରାୟଣ ଗୌଡ଼, ଉପସଭାପତି ବି. ବନମାଳୀ, ସମ୍ପାଦକ ତ୍ରିଲୋଚନ ପ୍ରଧାନ, ସହ ସମ୍ପାଦକ ବିଦେଶୀ ବ୍ରହ୍ମ , କୋଷାଧ୍ୟକ୍ଷ ନରସିଂହ ପ୍ରମୁଖ ପ୍ରତିନିଧି ଦଳ ଭେଟି ଦାବୀପତ୍ର ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here