ଓଡିଶାର ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଚିଦାନନ୍ଦ ହୋମ, ଡିଭାଇନ୍ ହୋମ ଓ ସନ୍ଥ ନିବାସର ଉଦଘାଟନ

0
76

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : “ମାନବ ସେବା ହିଁ ମାଧବ ସେବା” ଏବଂ ଦେଶମାତୃକାର ସେବା ନିମନ୍ତେ ଆଧ୍ୟାତ୍ମ ବୋଧ ସହିତ ବସୁଧୈବ କୁଟୁମ୍ବକମ୍ ଭାବନାରେ ବିଶ୍ୱାସ ରଖିଥିବା ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣୀତ କିଛି ଉତ୍ସର୍ଗୀତ ବ୍ୟକ୍ତିଙ୍କର ନିର୍ମଳ ଅଭିବ୍ୟକ୍ତି ହେଉଛି “ ଦି ଡିଭାଇନ” । ଆଧ୍ୟାତ୍ମିକତା, ଶିକ୍ଷା ଓ ସେବା , ସମାଜସେବାର ଏହି ତିନୋଟି ମୁଖ୍ୟ ଆଧାର ଉପରେ ପର୍ଯ୍ୟବେଶିତ “ ଦି ଡିଭାଇନ”ର ଜନ୍ମ ୨୦୧୧ ମସିହାରେ ଗୁରୁମହାରାଜ ଚିଦାନନ୍ଦ ସରସ୍ୱତୀଙ୍କ ଆଧ୍ୟାତ୍ମିକ ଦର୍ଶନକୁ ଜନସମାଜରେ ପହଞ୍ଚାଇବା ତଥା ସେବାକୁ ଲୋକାମୁଖୀ କରିବାର ଉଦ୍ଦେଶ୍ୟନେଇ ଚିଦାନନ୍ଦ ଦିବ୍ୟ ଧାମର ପରିକଳ୍ପନା କରାଯାଇଥିଲ।। ସୈାଭାଗ୍ୟ କ୍ରମେ ଛତ୍ରପୁର ବ୍ଲକ ର ଅଗସ୍ତିନୂଆଗଁ ଅନ୍ତର୍ଗତ ଦଶ ଏକର ପରିମିତ ଏହି ପବିତ୍ର ସ୍ଥାନ ରେ ୨୦୧୬ ଠାରୁ ଚିଦାନନ୍ଦ ଦିବ୍ୟଧାମ ଅନୁଷ୍ଠାନ ହୋଇଛି । ଏଠାରେ ସନ୍ଥନିବାସ, ଚିଦାନନ୍ଦ ଦିବ୍ୟଧାମହୋମ ଓ ଡିଭାଇନ ହୋମ କୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ହସ୍ତରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଜନସମାବେସକୁ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ ଭାରତ ଏକ ଦେଶ ନୁହେଁ ଭଗବତ ସତ୍ତାର ଜୀବନ୍ତ ପ୍ରତିକ ହେଉଛି ଭାରତ ବର୍ଷ । ମାନବ ସେବା ହିଁ ଶ୍ରେଷ୍ଠ ସେବା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ସେବା କରିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ସଂସ୍କୃତି ହେଉଛି ଅନୁପମ ପୁଷ୍ପ ଅଟେ । ପୃଥିବୀରୁ ପୂର୍ବ ଓ ପଶ୍ଚିମ ଶେଷ ହୋଇ ବିଶ୍ୱ ଏକ ମାନବ ସମାଜ ହେବ । ଭାରତର ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ଓ ଶିକ୍ଷା ଏବଂ ମା ଭଉଣୀ ମାନଙ୍କୁ ସୁରକ୍ଷା ଦେବାର ଆମର ଲକ୍ଷ୍ୟ ହେବା ଦରକାର । ଏପରି ପରିବେଶରେ ମାନବ ସେବା ଓ ଆଧ୍ୟାତ୍ମିକ ବିକାଶ , ଗୋସେବା କାର୍ଯ୍ୟକ୍ରମ ଚାଲିଥିବାରୁ ଏହାର ପ୍ରତିଷ୍ଠାତା ଓ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏହାର ଉନ୍ନତୀ ପାଇଁ ଯଥା ସମ୍ଭବ ସହଯୋଗ କରିବେ ବୋଲି ଯୋଗଦେଇ କହିଥିଲେ । ଏହି ଅବସରରେ ଗୋପଳକୃଷ୍ଣ ପାତ୍ର ଓ ଡଃ.କେଦାରନାଥ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ।। ଏହି ଦିବ୍ୟଧାମରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ରହିବା ବ୍ୟବସ୍ଥା ସହ ଅଖଣ୍ଡ ନାମ ଯଜ୍ଞ ଓ ଗୋ ମାତା ସେବା କରାଯାଉଛି । ଏପରି ଏକ ଶାନ୍ତ ପରିବେଶରେ ଏହା ପ୍ରତିଷ୍ଠା କରାଯାଇଥିବା ଯୋଗୁଁ ଉପସ୍ଥିତ ଅତିଥୀ ମାନେ ପ୍ରଶଂସା କରିଥିଲେ । ଶ୍ରୀ ସ୍ୱାମୀ ବ୍ରହ୍ମସାକ୍ଷାତକାରାନନ୍ଦ ସରସ୍ୱତୀ ଆର୍ଶୀବଚନ ପ୍ରଦାନ କରିବାସହ ଆଧ୍ୟାତ୍ମିକ ଚେତନାରେ ସମସ୍ତେ ଲିନ ହେବାକୁ ପରାମର୍ଶ ଦେଇଥିଲେ । ଟ୍ରଷ୍ଟି କେ.ଶ୍ରୀଧର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫୁଲ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଦିବ୍ୟଧାମର ସଭାପତି ତଥା ପ୍ରତିଷ୍ଠାତା ବିପ୍ରଚରଣ ପାତ୍ର ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଇନ୍ଦିରା ଅଧିକାରୀ ଗୋପିନାଥ ମହାରଣା, ରାଜେଶ ପାତ୍ର , ପତିତପାବନ କରଣ, ରଶ୍ମିରଂଜନ ସାମନ୍ତରାୟ , ଜଗନ୍ନାଥ ଆଚାର୍ଯ୍ୟ, ଶାନ୍ତିଭୂଷଣ ପଣ୍ଡା. ବିଭିନ୍ନ ପ୍ରାନ୍ତର ଦିବ୍ୟଜୀବନସଂଘଶାଖାର କର୍ମକର୍ତ୍ତାଙ୍କସମେତ ବହୁ ଜନସାଧାରଣ ଯୋଗଦେଇଥିଲେ । ଭଜନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମହାମହିମା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀଙ୍କୁ ଉପଢୈକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here