ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଥରେ ଗୁଳି ବିନିମୟ

0
29

ଫୁଲବାଣୀ (ଓବି ନ୍ୟୁଜ):ଆଜି ସକାଳୁ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସୀମାରେ ଅବସ୍ଥିତ ଗୋଛାପଡ଼ା ଜଙ୍ଗଲ ଅଂଳଚରେ ଚାଲିଛି ଏହି ଗୁଳି ବିନିମୟ । କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ ପୁଲିସ ଏସଓଜି ଯବାନ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ତେବେ ଏହି ଗୁଳି ବିନିମୟ ସମୟରେ ସୁରକ୍ଷା କର୍ମୀଙ୍କ ଦୁଇ ଯବାନ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଣାଯାଇ ମେଡ଼ିକାଲରେ ଭର୍ତି କରାଯାଇଛି । ପୁଲିସ ଡିଜି ଶ୍ରୀ ଅଭୟ ମାଲକାନଗିରି ଗସ୍ତରେ ଯାଇଥିବା ବେଳେ ଅଧାରୁ ତାଙ୍କ କାର୍ଯ୍ୟକ୍ରମକୁ ବାତିଲ୍ କରି ହେଲିକପ୍ଟର ଯୋଗେ ଘଟଣା ସ୍ଥଳକୁ ଆସି ସେଠାରୁ ଦୁଇଜଣ ଯବାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆଣିଥିବା ଜଣାପଡ଼ିଛି । ତେବେ ଆଜିର ଘଟଣା ପରେ ସୁରକ୍ଷା ବଳ ମାଓ ଦମନ ପାଇଁ ପୁରା ଏକ୍ସନ ମୋଡ୍ ରେ ରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here