ଖରା ,ବର୍ଷା ରେ ମାଛ ବିକୁଛନ୍ତି ମାଛ ବେପାରୀ ,କେଶପୁର ଠାରେ ମାଛ ମାର୍କେଟ ନିର୍ମାଣ କେବେ ?

0
42

ଖଲ୍ଲିକୋଟ (ଓବି ନ୍ୟୁଜ) ( ବିଭୁତି ଭୁଷଣ ତ୍ରିପାଠୀ )୧୦/୭ ଜୁଲାଇ ୧୦ ତାରିଖ କୁ ଜାତୀୟ ମାଛ ଚାଷୀ ଦିବସ ଭାବେ ପ୍ରତି ବର୍ଷ ପାଳିତ ହୋଇ ଆସୁଛି । ଏହି ଦିବସ ରେ ମାଛଚାଷୀ , ମଶ୍ଚଷାଯିବି ଓ ମାଛ ଉଦ୍ୟୋଗି ମାନଙ୍କ ଆର୍ଥିକ ସ୍ତିତି କୁ ସ୍ୱାବଲମ୍ବୀ କରି ଦେଶ ର ବିକାଶ ରେ ସାମିଲ କରିବା ଉଦେଶ୍ୟ । ରାଜ୍ୟରେ ମାଛ ଉତ୍ପାଦନ ୨ .୫୯ ଲକ୍ଷ ମାଟ୍ରିକ ଟନ ରୁ ବୃଦ୍ଧି ପାଇ ୮ .୭୩ ମାଟ୍ରିକ ଟନ କୁ ବୃଦ୍ଧି ପାଇଛି । ଗତ ୨୦୨୦ – ୨୧ ବର୍ଷ ରେ ମଧୁର ଜଳ ମାଛ ଉତ୍ପାଦନ ହେକଟର ପିଛା ୧.୮୫ ଟନ ରୁ ୪.୦୦ ମାଟ୍ରିକ ଟନ କୁ ବୃଦ୍ଧି ପାଇଛି । ସେହିପରି ମୁଣ୍ଡ ପିଛା ମାଛ ବ୍ୟବହାର ୭.୨୧ ରୁ ୧୬ .୨୪ କୁ ବୃଦ୍ଧି ପାଇଛି । ତେବେ ଖଲ୍ଲିକୋଟ ବ୍ଲକ ର କେଶପୁର ସମେତ ଓ ଖଲ୍ଲିକୋଟ ସହର ଓ ଗ୍ରାମାଞ୍ଚଳରେ ମାଛ ବିକ୍ରେତାଙ୍କ ପାଇଁ ସ୍ଵାଚ୍ଛନ୍ଦ୍ୟ ରେ ଖରା ,ବର୍ଷା ରେ ମାଛ ବିକିବା ପାଇଁ କୌଣସି ସୁବିଧା ନ ଥିବାରୁ ପାରମ୍ପରିକ ମାଛ ବେପାରୀ ମାନେ ମାଛ ଗ୍ରାହକ ମାନଙ୍କୁ ଠିକ ଭାବରେ ବିକ୍ରି କରି ପାରୁ ନାହାନ୍ତି । ଫଳରେ ସେମାନେ ରାସ୍ତାକଡ ରେ ମାଛ ବେପାର କରି କ୍ଷତି ର ସାମ୍ନା କରିବା କୁ ବାଧ୍ୟ ହେଉଛନ୍ତି । ଏପରିକି ସେମାନଙ୍କ ମାଛ ପଚି ଯାଉଛି । ତେଣୁ ଉକ୍ତ ବେପାରୀ ମାନଙ୍କ ସୁବିଧା ପାଇଁ ପ୍ରତି ପଂଚାୟତ ଓ ଛକ ଜାଗା ମାନଙ୍କରେ ମାଛ ଦୋକାନ ପାଇଁ ସେଡ ନିର୍ମାଣ କରିବା ସହ ଗରିବ ମାଛ ବେପାରୀଙ୍କ ପାଇଁ ଆବଶ୍ୟକ ପରିବହନ ବ୍ୟବସ୍ତା କରିବା ପାଇଁ ଦାବି ହେଉଛି । ସର୍ବୋପରି ଚିଲିକା ରୁ ମାଛ ଆଣି ଜାତୀୟ ରାଜପଥ କଡ ରେ ଦୀର୍ଘ ଦିନ ଧରି ମାଛ ବିକି ପେଟ ପାଟଣା ଚାଲନ୍ତି ତେବେ ୧୬ ନ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ| ପରେ ଉକ୍ତ ମଛୟଜୀବି ମାନେ ରାଜପଥ କଡରେ ଏକ ଅପନ୍ତରା ଜାଗା ରେ ଖରା ,ବର୍ଷା ରେ ମାଛ ବିକ୍ରି କରୁଛନ୍ତି । ତେବେ ଚିଲିକା ରୁ ଉତ୍ପାଦିତ ମାଛ ରାଜ୍ୟ ବାହାରିକୁ ଚାଲିଯିବା ଫଳରେ ମାଛୟାଜୀବି ମାନେ ଏବେ ଆନ୍ଧ୍ର ମାଛ ଉପରେ ନିର୍ଭର କରି ବେପାର କରୁଛନ୍ତି । ତେବେ କେଶପୁର ଠାରେ ମାଛ ବେପାରୀଙ୍କ ପାଇଁ ପାଣି ଓ ଆନୁସଙ୍ଗିକ ସୁବିଧା ଏକ ମାଛ ମାର୍କେଟ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଆସିଥିବା ବେଳେ ଏହା ଖର୍ଚ ନ ହୋଇ ଫେରିଯାଇଥିବା ପ୍ରକାଶ । ତେଣୁ ମାଛ ବେପାରକୁ ଜୀବିକା କରି ବଂଚୁଥିବା ପୁରୁଷ ଓ ମହିଳା ମାନଙ୍କ ମାଛ ବେପାର କୁ ଅଧିକ ପ୍ରୋଛାହନ ପାଇଁ ମାଛ ମାର୍କେଟ ନିକଟରେ ବରଫ କାଳ ,ମାଛ ସୋସାଇଟି ର ଦୃଢ଼ୀକରଣ ,ପରିବହନ ଭିତିଭୂମି ,ସମସ୍ତ ମଛୟଜୀବି ଙ୍କ ବୀମା ସୁବିଧା ବିନା ସୁଧ ରେ ବ୍ୟାଙ୍କ ଋଣ ପ୍ରଦାନ ସମେତ ଚିଲିକା ର ସମଲ ,ଶ|ବୁଲିଆ ,ପଥରା ,ଲଙ୍ଗଳେଶ୍ୱର ଠାରେ ବାତ୍ୟା ନିରୋଧକ ମାଛ ଅବତରଣ କେନ୍ଦ୍ର ସମେତ କେଶପୁର ଠାରେ ଏକ ଚିଲିକା ଫ୍ରେସ ବିକ୍ରୟ କେନ୍ଦ୍ର ସ୍ଥାପନ ଫଳରେ ଏହା ଚିଲିକା କୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିପାରିବ ।

LEAVE A REPLY

Please enter your comment!
Please enter your name here