ଦୁର୍ଦ୍ଧାନ୍ତ ଅପରାଧୀ ମିଟୁ ପ୍ରଧାନ କୋର୍ଟ ଫରୱାର୍ଡ଼

0
231

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ପୋଲିସ କୁ ଚକମା ଦେଇ ଫେରାର ଥିବା ଦୁର୍ଦ୍ଧାନ୍ତ ଅପରାଧୀ ତଥା ମୋଷ୍ଟ ୱାଣ୍ଟେଡ ମିଟୁ ପ୍ରଧାନ ଙ୍କୁ ବୁଧବାର କୋର୍ଟ ଫରୱାର୍ଡ଼ କରାଯାଇଛି l ଆଜି ତାଙ୍କୁ ଗଂଜାମ ସହର ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଟେଷ୍ଟ ପରେ ଫରୱାଡ଼ କରାଯାଇଥିଲା।ଏଥିସହିତ ମିଟୁ ର ଏକାନ୍ତ ମୁଖ୍ୟ ସହଯୋଗୀ ଶ୍ୟାମସୁନ୍ଦର ପଲାଇ ଓରଫ ମିଟୁ କୁ ମଧ୍ୟ କୋର୍ଟ ଫରୱାର୍ଡ଼ କରାଯାଇଥିବା ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି l ପ୍ରକାଶ ଯୋଗ୍ୟ ମିଟୁ ପ୍ରଧାନ କୁ ଧରିବାକୁ ପ୍ରଥମେ ମିଟୁ କୁ ସହଯୋଗ କରୁଥିବା ସ୍ଥାନୀୟ ଅଂଚଳ ର କିଛି ବ୍ୟକ୍ତି ଙ୍କୁ ପୋଲିସ ଟାର୍ଗେଟ କରିଥିଲା l ଏଥିସହ ଟଙ୍କା ପଇସା ଦେଣନେଣ କରୁଥିବା ବ୍ୟକ୍ତି ଙ୍କୁ ଠାବ କରିବା ପରେ ସେମାନଙ୍କ ଠାରୁ ମିଟୁ ର ମୋବାଇଲ ନମ୍ବର ନେଇ ଫୋନ ଟ୍ରାକିଂ କରିଵା ପରେ ସେ ସୁରଟ ରେ ରହୁଥିବା ଜଣା ପଡିଥିଲା l ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ କମିଶନରେଟ ରେ କାର୍ଯ୍ୟ କରି ଆସିଥିବା ଯୁବ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ l ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର ପୋଲିସ ଟିମ ଗଠନ ହୋଇଥିଲା l ଏହି ସ୍ୱତନ୍ତ୍ର ଟିମ ର ନେତୃତ୍ୱ ନେଇଥିଲେ ଗଞ୍ଜାମ ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡା l ଉକ୍ତ ଟିମ ସୁରଟ ରେ ପହଂଚିଵା ପରେ ସୁରଟ ପୋଲିସ ସହାୟତାରେ ସେଠାରେ ଏହି ଦୁର୍ଦ୍ଧାନ୍ତ ଅପରାଧୀ ମିଟୁ କାବୁ କରିବାରେ ସକ୍ଷମ ହୋଇଥିଲେ l ପରେ ମିଟୁ ର ମୁଖ୍ୟ ସହଯୋଗୀ ଶ୍ୟାମ ସୁନ୍ଦର ପଲାଇ ଓରଫ ମିଟୁ ପଲାଇ କୁ ଧରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା l ସେ ଗୋଆ ରେ ରହୁଥିବା ଜଣା ପଡିବା ପରେ ସେଠାରୁ ତାଙ୍କୁ ଗିରଫ କରା ଯାଇଥିଲା ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହା ଯାଇଛି l ସେମାନଙ୍କୁ ସାତ ଦିନରୁ ଉର୍ଦ୍ଧ ହେବ ଗିରଫ କରାଯାଇ ସେମାନଙ୍କ ଠାରୁ ସର୍ବିଶେଷ ତଥ୍ୟ ଆଦାୟ କରା ଯିବା ପରେ ବୁଧବାର କୋର୍ଟ ଫରୱାର୍ଡ଼ କରା ଯାଇଛି ବୋଲି ସୂଚନା ମିଳିଛି l ବିଭିନ୍ନ ଅପରାଧ ତଥା ହତ୍ୟା, ଲୁଟ ଓ ଡକାୟତି ପରି ସଙ୍ଗିନ ମାମଲା ରେ ସମ୍ପୃକ୍ତ ଥିବା ଦୁର୍ଦ୍ଧାନ୍ତ ଅପରାଧୀ ଗଞ୍ଜାମ ଜିଲ୍ଲା ସୂର୍ଯ୍ୟନାରାୟଣ ପୁର ଗ୍ରାମର ମିଟୁ ପ୍ରଧାନ କୁ ଗିରଫ କରିବା ପରେ 5 ରୁ ଉର୍ଦ୍ଧ ମିଟୁର ମୁଖ୍ୟ ସହଯୋଗୀ ମାନଙ୍କୁ ଗଞ୍ଜାମ ଥାନା ପୋଲିସ ଉଠେଇ ନେଇ ଜେରା କରାଯାଇଥିଲା l l ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ପୋଲିସ ମୁଁହ ଖୋଲୁ ନଥିଲାl ମିଟୁ ଜିଲ୍ଲା ଓ ଜିଲ୍ଲା ବାହାରେ ଏକାଧିକ ଅପରାଧ ମାମଲା ଜଡିତ ଥିଲେ ସୁଦ୍ଧା ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ପୋଲିସ କୁ ଭୁଆଁ ବୁଲାଇଵା ସହ ପୋଲିସ କୁ ଚକମା ଦେଇ ଖସି ପଳେଇବାରେ ସକ୍ଷମ ହେଉଥିଲା l ଆଇଆଇସି ସାହୁ ଗଞ୍ଜାମ ଥାନାରେ ଦାୟିତ୍ୱ ନେବା ଠାରୁ ମିଟୁକୁ ଧରିବାକୁ ପ୍ରଥମ ଚାଲେଞ୍ଜ ଥିଲା ବୋଲି ଯୋଗାଯୋଗ ବେଳେ ସେ ଏହା କହିଛନ୍ତି l ଯୁବ ଅଧିକାରୀ ଏହି କାର୍ଯ୍ୟ ଶୈଳୀ କୁ ଗଞ୍ଜାମ ବାସୀ ଉଚ୍ଚ ପ୍ରଶଂସା କରିଛନ୍ତି l

LEAVE A REPLY

Please enter your comment!
Please enter your name here